ପୁତିନଙ୍କ ସମ୍ପତ୍ତି ଜବତ କରିବ ୟୁରୋପୀୟ ସଂଘ

ରୁଷରାଷ୍ଟ୍ରପତି ଭ୍ଲାଦିମିର ପ୍ରତିନଙ୍କ ବିରୋଧରେ କଟକଣା ଲଗାଇବାକୁ ୟୁରୋପୀୟ ସଂଘ (ଇୟୁ) ନିଷ୍ପତ୍ତି ନେଇଛି। ୟୁରୋପର ୨୭ ଦେଶରେ ଥିବା ପୁତିନଙ୍କ ସମ୍ପଭିକୁ ଇୟୁ ଜବତ କରିବାକୁ ଯାଉଛି । ବ୍ରୁସେଲ୍ସରେ ହୋଇଥିବା ବୈଠକରେ ଏହି ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଛି । ଖୁବଶୀଘ୍ର ଏ ନେଇ ଘୋଷଣା କରାଯିବ । ପୁତିନଙ୍କ ସହିତ ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭଙ୍କ ଉପରେ କଟକଣା ଲଗାଇବା ସହିତ ସମ୍ପତ୍ତି ଜବତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଇୟୂର ଏହି ବୈଠକରେ ୨୭ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ସାମିଲ ହୋଇଥିଲେ। ସେମାନେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ତେବେ ଶାନ୍ତି ଆଲୋଚନା ପାଇଁ ଉଭୟଙ୍କ ଗସ୍ତ ଉପରେ କଟକଣା ଲଗାଯିବ ନାହିଁ ।

Leave a comment