ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଶିଲ୍ଡ ଟିକାକୁ ୟୁରୋପୀୟ ଦେଶରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ଟିକାକୁ ୟୁରୋପୀୟ ଦେଶରେ ମିଳିଲା ମଞ୍ଜୁରୀ। ଗୁରୁବାର ୟୁରୋପିଆନ ୟୁନିୟନର ୭ଟି ଦେଶ ଭାରତର କୋଭିଶିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ ପାସ ଦେବେ ବୋଲି ନିଷ୍ପତି ନେଇଛନ୍ତି । ଏହି ଦେଶଗୁଡିକ ହେଲେ ଅଷ୍ଟ୍ରିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ, ଆଇସଳ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ।


ଯେଉଁମାନେ କୋଭିଶିଲ୍ଡ ଟିକା ନେଇଥିବେ ସେମାନେ କୋୱିନ ଆପ ମାଧ୍ୟମରେ ପ୍ରମାଣପତ୍ର ଦେଖାଇଲେ ଭିସା ମିଳିବ । ସୂଚନାଯୋଗ୍ୟ, ବିଦେଶ ଯିବାକୁ ହେଲେ ଗ୍ରୀନ ପାସର ଆବଶ୍ୟକତା ରହିଛି । ଏହା ମାଧ୍ୟମରେ ସମ୍ପୃକ ଦେଶ କେଉଁ ଟିକା ବ୍ୟକ୍ତିଜଣକ ନେଇଛି ଜାଣିପାରିବ ।

ହେଲେ ଆଷ୍ଟ୍ରାଜେନିକା ଟିକା ଭାରତରେ କୋଭିସିଲଡ ନାମରେ ବିକ୍ରି ହେଉଥିଲେ ବି ଏହି ଟିକାକୁ ଅନୁମତି ଦିଆଯାଇ ନଥିଲା। ତେବେ ଭାରତୀୟ ଟିକାକୁ ଗ୍ରହଣ କରା ନଯିବା ନେଇ ୟୁରୋପୀୟ ରାଷ୍ଟ୍ରସଂଘକୁ ଧମକ ଦେଇଥିଲା ଭାରତ । କୋଭିସିଲ୍ଡ ଓ କୋଭାକ୍ସିନକୁ ଗ୍ରହଣ ନକଲେ ଭାରତ ଆସୁଥିବା ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଏହାପରେ ଭାରତୀୟ ଟିକା କୋଭିସିଲଡକୁ ଗ୍ରୀନ ପାସପୋର୍ଟରେ ସାମିଲ କରିବାକୁ ୟୁରୋପୀୟ ମହାସଙ୍ଘ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.