ବାଘ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଦିଅର ଓ ଭାଉଜ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ପଞ୍ଚାୟତ ତାରଣା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ବାଘ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ଦିଅର ଓ ଭାଉଜ । ଉଭୟଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଦିଅରଙ୍କ ନାଁ ଦଶରଥ ହାଁସଦାଃ ଓ ଭାଉଜଙ୍କ ନାଁ ମାଇନ ହାଁସଦାଃ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ମଙ୍ଗଳବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ମାଇନ ବାହାରକୁ ପରିଶ୍ରା ପାଇଁ ବାହାରି ଥିବା ବେଳେ ଏକ କଲରା ପତରିଆ ବାଘ ଆକ୍ରମଣ କରିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଦିଅର ଦଶରଥ ମଧ୍ୟ ଆହାତ ହୋଇଥିଲେ । ତେବେ ଅନ୍ୟମାନେ ଉଠି ପଡିବାରୁ ଶେଷରେ ବାଘଟି ପଳାଇଥିଲା ।

Leave a comment