ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭୩ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର : ଗୋଟିଏ ଦିନରେ ସମସ୍ତଙ୍କୁ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ : ଆଗାମୀ ଦିନରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ସଦସ୍ୟମାନେ ଗୋଟିଏ ଦିନରେ ହିଁ ଏକାଠି ପେନ୍‌ସନ୍‌ ପାଇବେ। ଏଥିପାଇଁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବ୍ୟବସ୍ଥା ବା ସେଣ୍ଟ୍ରାଲ ସିଷ୍ଟମ ଆରମ୍ଭ କରିବେ। ସିବିଟି ବୈଠକରେ ନ୍ରିଆଯିବ ଚୂଡାନ୍ତ ନିଷ୍ପତ୍ତି। ଏହା ଲାଗୁ ହେଲେ ଦେଶର ୭୩ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏହା ଖୁସିର ଖବର ହେବ।

କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ନୂଆ କେନ୍ଦ୍ରୀୟ ପେନ୍‌ସନ୍ ବଣ୍ଟନ ବ୍ୟବସ୍ଥା ଆଣିବାକୁ ଯାଉଛି। ଏହାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଚଳିତ ମାସ ୨୯ ଓ ୩୦ରେ ଶେଷରେ ବସିବାକୁ ଥିବା ଇପିଏଫ୍ଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏହାକୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି। ଏହି ବ୍ୟବସ୍ଥାର ପ୍ରତିଷ୍ଠା ହେଲେ ଦେଶରେ ୭୩ ଲକ୍ଷ ପେନସନଭୋଗୀଙ୍କ ଆକାଉଣ୍ଟକୁ ଏକାଥରକେ ଗୋଟିଏ ଦିନରେ ହିଁ ପେନ୍‌ସନ୍‌ ସ୍ଥାନାନ୍ତର କରାଯାଇପାରିବ। ପ୍ରଚଳିତ ବ୍ୟବସ୍ଥାରେ ଇପିଏଫ୍‌ ପେନସନଧାରୀମାନେ ବିଭିନ୍ନ ଦିନ ଏବଂ ସମୟରେ ପେନସନ ପାଇଥାନ୍ତି। ସିବିଟି ବୈଠକରେ କେନ୍ଦ୍ରୀୟ ପେନ୍‌ସନ୍ ବଣ୍ଟନ ବ୍ୟବସ୍ଥା ଗଠନ ପାଇଁ ଏକ ପ୍ରସ୍ତାବ ଦିଆଯିବ। ଏହି ବ୍ୟବସ୍ଥା ଆରମ୍ଭ କରାଯିବା ପରେ ଦେଶର ୧୩୮ ଆଞ୍ଚଳିକ କାର୍ଯ୍ୟାଳୟର ଡାଟାବେସ୍ ଆଧାରରେ ପେନ୍‌ସନ୍ ବଣ୍ଟନ କରାଯିବ।

ରିପୋର୍ଟ ଅନୁଯାୟୀ ପେନ୍‌ସନ୍‌ ଉଠାଣ ଲାଗି ଥିବା ସର୍ବନିମ୍ନ ସମୟ ସୀମାକୁ ୬ମାସରୁ ହ୍ରାସ କରିବାକୁ ଏକ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ଉପସ୍ଥାପିତ ହେବ। ଏହାର ଅର୍ଥ ହେଉଛି ଯଦିଓ ଜଣେ କର୍ମଚାରୀ ତାଙ୍କର ଭବିଷ୍ୟନିଧି ପାଣ୍ଠିରେ ୬ ମାସରୁ କମ୍ ଅର୍ଥ ଯୋଗଦାନ ରଖିଛନ୍ତି, ତଥାପି ସେ ତାଙ୍କ ରାଶି ପ୍ରତ୍ୟାହାର କରିପାରିବେ। ପ୍ରଚଳିତ ନିୟମାନୁଯାୟୀ କର୍ମଚାରୀଙ୍କୁ ପେନସନରୁ ଟଙ୍କା ଉଠାଇବା ପାଇଁ ୬ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ଅର୍ଥ ଯୋଗଦାନ ଦେବାକୁ ପଡିବ। ୨୦୨୧ ନଭେମ୍ବର ୨୦ ରେ ଅନୁଷ୍ଠିତ ସିବିଟିର ୨୨୯ ତମ ବୈଠକରେ ଟ୍ରଷ୍ଟିମାନେ ଏକ କେନ୍ଦ୍ରୀଭୂତ ଆଇଟି ଆଧାରିତ ବ୍ୟବସ୍ଥାର ବିକାଶ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ବୈଠକ ପରେ ଶ୍ରମ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି ଯେ ଏହା ପରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକର ବିବରଣୀଗୁଡିକ ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ ଡାଟାବେସକୁ ସ୍ଥାନାନ୍ତର କରାଯିବ। ଏହା ସେବା ପରିଚାଳନା ଏବଂ ଯୋଗାଣକୁ ସହଜ କରିବ। ଏଠାରେ ସୂଚନାେଯାଗ୍ୟ ଯେ, ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଇପିଏଫ୍‌ଓ ୮.୧ ପ୍ରତିଶତ ସୁଧ ହାର ସ୍ଥିର କରିଛି, ଯାହା ବିଗତ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ। ଏହି କାରଣରୁ ଗତ ଆର୍ଥିକ ବର୍ଷରେ କର୍ମଚାରୀମାନେ ୮.୫ ପ୍ରତିଶତ ହାରରେ ସୁଧ ପାଇଥିଲେ।

Leave A Reply

Your email address will not be published.