ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪୦ ବର୍ଷରେ ଇପିଏଫ ସୁଧହାର ସର୍ବନିମ୍ନ : ଆକାଉଣ୍ଟରେ ୫ ଲକ୍ଷ ଥିଲେ, ସୁଧ ଦୁଇ ହଜାର କମିବ

ନୂଆଦିଲ୍ଲୀ : ହୋଲି ପୂର୍ବରୁ ଦେଶର ପ୍ରାୟ ୬ କୋଟିର ଅଧିକ ସଦସ୍ୟଙ୍କୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏକ ବଡ଼ ଝଟ୍‌କା ଦେଇଛି। ଇପିଏଫ୍‌ ସୁଧ ହାର ୮.୫%ରୁ ୮.୧%କୁ ହ୍ରାସ ଘଟିଛି, ଯାହାକି ବିଗତ ୪୪ ବର୍ଷରେ ସର୍ବନିମ୍ନ। ଇପିଏଫ୍‌ରେ ଆପଣ ପୂର୍ବରୁ ପାଉଥିବା ସୁଧ ୦.୪୦ ପ୍ରତିଶତ ହ୍ରାସ ପାଇଛି।

ଶେଷଥର ପାଇଁ ୧୯୭୭-୭୮ରେ ଇପିଏଫ୍‌ ସୁଧ ହାର ୮ ପ୍ରତିଶତ ରହିଥିଲା। ଏହାପରେ ଏହା ୮.୨୫ ପ୍ରତିଶତ କିମ୍ବା ଅଧିକ ଥିଲା। ଧରାଯାଉ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆପଣଙ୍କର ପିଏଫ୍‌ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଜମା ରହିଛି। ୮.୫ ପ୍ରତିଶତ ହାରରେ ଆପଣ ୫ ଲକ୍ଷ ଟଙ୍କା ଉପରେ ୪୨,୫୦୦ ଟଙ୍କା ସୁଧ ପାଇଥାନ୍ତେ। ସୁଧହାର ହ୍ରାସ ହେବା ଦ୍ବାରା ସେହି ସମୟରେ ୮.୧ ପ୍ରତିଶତ ହାରରେ ଆପଣ କେବଳ ୪୦,୫୦୦ ଟଙ୍କାର ସୁଧ ପାଇବେ। ଯାହା ଫଳରେ ଇପିଏଫ୍‌ ସୁଧ ହାର ହ୍ରାସ ଯୋଗୁ ଆପଣ ସୁଧ ବାବଦରେ ସିଧାସଳଖ ୨୦୦୦ ଟଙ୍କା କ୍ଷତି ସହିବେ। ଅନ୍ୟପକ୍ଷରେ ଯଦି ଆଗାମୀ ବର୍ଷରେ ମଧ୍ୟ ଏହି ସୁଧ ହାର ସମାନ ରହେ, ତେବେ ଆପଣଙ୍କ କ୍ଷତି ବଢ଼ିବ। ଏମିତିକି ଆଗାମୀ ଦିନରେ ଯଦି ସୁଧ ହାର ଆହୁରି ହ୍ରାସ କରାଯାଏ ତେବେ ଆପଣଙ୍କୁ ସୁଧହାରରେ ଅଧିକ କ୍ଷତି ସହିବାକୁ ପଡିବ।

ଏଠରେ ସୂଚନାଯୋଗ୍ୟ ଯେ, ଜଣେ କର୍ମଚାରୀଙ୍କ ବେତନ ଉପରେ ୧୨ ପ୍ରତିଶତ ଇପିଏଫ୍‌ ଆକାଉଣ୍ଟକୁ ଯୋଗଦାନ ବାବଦ ଅର୍ଥ କଟାଯାଇଥାଏ। ଯଦି ଆମେ ନିଯୁକ୍ତିଦାତାଙ୍କ ବିଷୟରେ କହିବା ତେବେ ତାଙ୍କ ଆକାଉଣ୍ଟକୁ ୮.୩୩ % ପ୍ରତିଶତ ଅର୍ଥ ଇପିଏସ୍ (କର୍ମଚାରୀ ପେନ୍‌ସନ୍ ସ୍କିମ୍)କୁ ଯୋଗଦାନ ବାବଦ ଯାଇଥାଏ। ଅବଶିଷ୍ଟ ୩.୬୭ ପ୍ରତିଶତ ଅର୍ଥ ଇପିଏଫ୍‌କୁ ଯାଇଥାଏ। ଏକାସାଙ୍ଗରେ, କର୍ମଚାରୀଙ୍କ ଦ୍ୱାରା କଟାଯାଇଥିବା ସମୁଦାୟ ୧୨% ଇପିଏଫ୍‌କୁ ଯାଏ। ଯଦି ଆମେ ନୂତନ ବେତନ ନିୟମକୁ ଦେଖିବା, ତେବେ ମୋଟ ଦରମାର ଅଧା ହେଉଛି ମୂଳ ଦରମା (୨୫,୦୦୦)।

ଯଦି ଆପଣଙ୍କର ମୂଳ ଦରମା ୨୫,୦୦୦ ଟଙ୍କା, ତେବେ ଇପିଏଫ୍‌ରେ ଉଭୟ କମ୍ପାନୀ ଏବଂ କର୍ମଚାରୀଙ୍କ ମୋଟ ଯୋଗଦାନବାବଦ ଅର୍ଥ ପ୍ରାୟ ୩୯୧୮ ଟଙ୍କା ହେବ। ଏହି ସମୟରେ, ଆପଣ ପ୍ରତି ମାସରେ ଇପିଏସ୍‌ ଆକାଉଣ୍ଟରେ ୨୦୮୨ ଟଙ୍କା ପାଇବେ। ପୂର୍ବରୁ ହିସାବକୁ ଦେଖÒଲେ ବାର୍ଷିକ ୮.୫ ପ୍ରତିଶତ ହାରରେ ଆପଣ ୩୯୧୮ ଟଙ୍କାର ସୁଧ ପାଉଥିଲେ। ପ୍ରତିବର୍ଷ ଆପଣଙ୍କୁ ୮.୫ ପ୍ରତିଶତ ସମୂଳ ସୁଧ ହାରରେ ୧୮୭୫.୬୧ ଟଙ୍କା ସୁଧ ମିଳୁଥିଲା। ବର୍ତ୍ତମାନ ସୁଧ

Leave A Reply

Your email address will not be published.