ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ଯାଙ୍କ ଖାତାକୁ ଆସିଲା ଇପିଏଫ୍ ସୁଧ‌: ଏସ୍ଏମ୍ଏସ୍ ଓ ମିସ୍ କଲ୍ ଦ୍ବାରା ଯାଞ୍ଚ କରିପାରିବେ ବାଲାନ୍ସ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧ୍ୟ ପାଣ୍ଠି ସଂଗଠନ (ଇପିଏଫଓ) ସଦସ୍ୟଙ୍କ ପାଇଁ ଭଲ ଖବର। କାରଣ ସଦସ୍ୟଙ୍କ ପାଇଁ ବହୁ ପ୍ରତିକ୍ଷୀତ ଇପିଏଫ୍ ସୁଧ ଏବେ ସେମାନଙ୍କର ବ୍ୟାଙ୍କ ଖାତାକୁ ଆସିଛି । ଏବେ ସଂଗଠନର ୬.୪୭ କୋଟି ଗ୍ରାହକଙ୍କ ଖାତାକୁ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଏହି ସୁଧ ଅର୍ଥ ସ୍ଥାନାନ୍ତର ହୋଇଛି। ଏହାଫଳରେ ସଦସ୍ୟମାନେ ୮.୫ ପ୍ରତିଶତ ସୁଧ ହାରରେ ଏହି ଅର୍ଥ ପାଇଛନ୍ତି। ସଦସ୍ୟମାନେ ସେମାନଙ୍କର ପିଏଫ୍ ଆକାଉଣ୍ଟରେ ଟଙ୍କା ଆସିଛି କି ନାହିଁ ତାହାକୁ ୪ଟି ପଦ୍ଧତିରେ ଯାଞ୍ଚ କରି ଜାଣିପାରିବେ ।

ଏସ୍ଏମ୍ଏସ୍ ମାଧ୍ୟମରେ ଖାତା ବାଲାନ୍ସ ଯାଞ୍ଚ

ସଦସ୍ୟ ଏସ୍ଏମ୍ଏସ୍ ମାଧ୍ୟମରେ ପିଏଫ୍ ବାଲାନ୍ସ ଯାଞ୍ଚ କରିବାକୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ମେସେଜ୍‌ରେ EPFOHO UAN ENG ଲେଖି ୭୭୩୮୨୯୯୮୯୯କୁ ମେସେଜ୍ କରିବାକୁ ପଡିବ | ଏଠାରେ ENG ଆପଣଙ୍କୁ ସେହି ତିନୋଟି ଅକ୍ଷର ସମ୍ପର୍କରେ କହୁଛି ଯେଉଁ ଭାଷାରେ ଆପଣ ସୂଚନା ଚାହୁଁଛନ୍ତି। ଇଂରାଜୀ ସହିତ ମେସେଜିଂ ସୁବିଧା ହିନ୍ଦୀ, ପଞ୍ଜାବୀ, ଗୁଜୁରାଟୀ, ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ବଙ୍ଗଳା ଭାଷାରେ ମଧ୍ୟ ଉପଲବ୍ଧ। ମେସେଜ୍ ମାଧ୍ୟମରେ ଇପିଏଫ୍ଓ ବାଲାନ୍ସ ଜାଣିବା ପାଇଁ ଆପଣଙ୍କର ମୋବାଇଲ୍ ନମ୍ବର ୟୁଏଏନ୍ ସହିତ ପଞ୍ଜିକୃତ ହୋଇଥିବା ଜରୁରୀ।

ମିସ୍ କଲ୍ ଦ୍ବାରା ବାଲାନ୍ସ ଯାଞ୍ଚ

ମିସ୍ କଲ୍ ମାଧ୍ୟମରେ ପିଏଫ୍ ବାଲାନ୍ସ ଯାଞ୍ଚ କରିବାକୁ ଆପଣଙ୍କର ମୋବାଇଲ୍ ନମ୍ବର ୟୁଏଏନ୍ ସହିତ ପଞ୍ଜିକୃତ ହେବା ଜରୁରୀ ଆପଣ ୦୧୧-୨୨୯୦୧୪୦୬ରେ ମିସ୍ କଲ୍ ଦେଇ ଆପଣଙ୍କର ପଞ୍ଜୀକୃତ ମୋବାଇଲରୁ ପିଏଫ୍ ବାଲାନ୍ସ ଯାଞ୍ଚ କରିପାରିବେ । ଏକ ମିସ୍ କଲ୍ ଦେବା ପରେ, ଆପଣଙ୍କର ପଞ୍ଜୀକୃତ ନମ୍ବରରେ ପିଏସ୍‌ର ଏକ ମେସେଜ୍ ଆସିବ, ଯେଉଁଠାରୁ ଆପଣ ପିଏଫ୍ ବାଲାନ୍ସ ଜାଣିପାରିବେ

ଉମଙ୍ଗ ଆପ୍‌ରେ ବାଲାନ୍ସ ଯାଞ୍ଚ

ଆପଣଙ୍କର ଉମଙ୍ଗ ଆପ୍ ଖୋଲନ୍ତୁ ଏବଂ ଇପିଏଫ୍ ଓ ଉପରେ କ୍ଲିକ୍ କରନ୍ତୁ । ଅନ୍ୟ ଏକ ପେଜ୍‌ରେ ଆପଣଙ୍କୁ କର୍ମଚାରୀ- କେନ୍ଦ୍ରିକ ସେବା ଉପରେ କ୍ଲିକ୍ କରିବାକୁ ପଡିବ । ଭ୍ୟୁ ପାସବୁକ୍ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ୟୁଏଏନ୍ ନମ୍ବର ଏବଂ ପାସୱାର୍ଡ (ଓଟିପି) ନମ୍ବର ଦିଅନ୍ତୁ। ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଓଟିପି ଆପଣଙ୍କ ପାଖକୁ ଆସିବ।

ୱେବସାଇଟରେ ପିଏଫ ବାଲାନ୍ସ  ଯାଞ୍ଚ

ପିଏଫ୍ ପାସବୁକ୍ ପୋର୍ଟାଲ୍‌ https://passbook.epfindia.gov.in/ MemberPassBook/Login ରେ ଭିଜିଟ୍ କରନ୍ତୁ।

ଆପଣଙ୍କର ୟୁଏଏନ୍ ଏବଂ ପାସୱାର୍ଡ ବ୍ୟବହାର କରି ଏହି ପୋର୍ଟାଲରେ ଲଗ୍ ଇନ୍ କରି ସେଥିରେ ଡାଉନଲୋଡ୍/ ଭିୟୁ ପାସବୁକ୍ ଉପରେ କ୍ଲିକ୍ କରିବା ପରେ ପାସବୁକ୍ ଆପଣଙ୍କ ସାମ୍ନାରେ ଖୋଲିବ, ଯେଉଁଥରେ ଆପଣ ବାଲାନ୍ସ ଦେଖିପାରିବେ।

-ଯଦି ସୁଧ ଅର୍ଥ ଆସିନାହିଁ, ତେବେ https://epfigms.gov.in/ ୱେବସାଇଟ୍‌କୁ ଯାଇ ରେଜିଷ୍ଟର ଅଭିଯୋଗ ଉପରେ କ୍ଲିକ୍ କରନ୍ତୁ।

– ଏହାପରେ ପିଏଫ୍ ସଦସ୍ୟ, ଇପିଏଫ୍ ପେନସନଧାରୀ, ନିଯୁକ୍ତିଦାତା, ଅନ୍ୟମାନଙ୍କ ମଧ୍ୟରେ ଆପଣଙ୍କର ରାଜ୍ୟ ବାଛନ୍ତୁ।

-ଏହାପରେ ପିଏଫ୍ ଖାତା ସମ୍ବନ୍ଧୀୟ ଅଭିଯୋଗ ପାଇଁ ପିଏଫ୍ ସଦସ୍ୟ ଚୟନ କରନ୍ତୁ। ଏହି ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ, ୟୁଏଏନ୍ ନମ୍ବର ଏବଂ ସୁରକ୍ଷା କୋଡ୍ ଦେଇ ସବିଶେଷ ତଥ୍ୟ ଉପରେ କ୍ଲିକ୍ କରନ୍ତୁ। ବ୍ୟକ୍ତିଗତ ସୂଚନା ୟୁଏଏନ୍ ସହିତ ସଂଯୁକ୍ତ ଆକାଉଣ୍ଟ ଆସିବା କ୍ଷଣି ଗେଟ୍ ଓଟିପି ଉପରେ କ୍ଲିକ୍ କରନ୍ତୁ। ଓଟିପି ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ ।

-ଆପଣ ଓଟିପି ଦାଖଲ କରିବା ମାତ୍ରେ, ବ୍ୟକ୍ତିଗତ ବିବରଣୀ ପୂରଣ କରି ପିଏଫ୍ ନମ୍ବର ଉପରେ କ୍ଲିକ୍ କରନ୍ତୁ ଯାହା ସହିତ ଅଭିଯୋଗ ଦାଖଲ କରିବାକୁ ପଡିବ

-ଏହାପରେ ଏକ ପପ୍ ଅପ୍ ଆସିବ। ସେଠାରେ ଆପଣଙ୍କୁ ପିଏଫ୍ ଅଧିକାରୀ, ନିଯୁକ୍ତିଦାତା, କର୍ମଚାରୀ ଜମା ଲିଙ୍କ୍ ବୀମା ଯୋଜନା କିମ୍ବା ଏକ୍ସ- ପେନ୍‌ସନ୍‌ ମଧ୍ୟରୁ ଗୋଟିଏ ବିକଳ୍ପ ବାଛିବାକୁ ପଡିବ | ସବିଶେଷ ବିବରଣୀ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଦାଖଲ ଉପରେ କ୍ଲିକ୍ କରନ୍ତୁ |

-ଏହାପରେ ଆପଣଙ୍କର ଅଭିଯୋଗ ପଞ୍ଜୀକୃତ ହେବ ଏବଂ ଅଭିଯୋଗ ପଞ୍ଜୀକରଣ ନମ୍ବର ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂଇମେଲରେ ଆସିବ।

Leave A Reply

Your email address will not be published.