ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ବଡ଼ ଖବର’ ଅଫିସରେ ଇଓଡବ୍ଲ୍ୟୁ, ଠକେଇ ଅଭିଯୋଗରେ ଚାଲିଛି ଯାଞ୍ଚ

ଭୁବନେଶ୍ବର : ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ଅଫିସରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)। ଠକେଇ ଓ ଜାଲିଆତି ଅଭିଯୋଗରେ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ନୋଟିସ୍‌ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ଗତକାଲି ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା EOW ପକ୍ଷରୁ କୁହାଯାଇଛି। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଆଜି ଅପରାହ୍ନରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)ର ଏକ ପାଞ୍ଚ ଜଣିଆ ଟିମ୍‌ ବଡ଼ଗଡ଼ ଟଙ୍କପାଣି ରୋଡ୍‌ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଛି।

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ହୋଇଛି ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ ।

ଅନ୍ୟପଟେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେଦୁ ଦାଶଙ୍କ ନାମରେ ଆଜି ଆଉ ଏକ ଠକେଇ ଅଭିଯୋଗ ହୋଇଛି। ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ବିଶ୍ୱଜିତ ଟଙ୍କା ମାଗିବାରୁ ଅର୍ଦ୍ଧେନ୍ଦୁ ଦାସ ଗାଳି ଗୁଲଜ କରିବା ସହ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ବଡ଼ଗଡ଼ ଥାନା ପୋଲିସ । ଦେଇଥିବା ଏତଲାରେ ଭଡ଼ା ଘରକୁ ଠିକସେ ରକ୍ଷଣାବେକ୍ଷଣ ହେଉନଥିବା ଦର୍ଶାଯାଇଛି । ବିନା ଅନୁମତିରେ ଘର କାନ୍ଥ ଖୋଲିବା ସହ ବିଭିନ୍ନ ସ୍ଥାନରେ ପାନ ଛେପ ପକାଯାଉଛି । ଏନେଇ ବାରମ୍ବାର ଜଣାଇଲେ ଥିଲେ ଘର ମାଲିକ । ପ୍ରତି ବଦଳରେ ଅର୍ଦ୍ଧେନ୍ଦୁ ଦାସ ଘର ମାଲିକ ବିଶ୍ୱଜିତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ବକେୟା ଟଙ୍କା ସହ ଘର ଛାଡ଼ିବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା କହିଛନ୍ତି ଘର ମାଲିକ । ତେଣୁ ଯଥାଶୀଘ୍ର ବାକି ଥିବା ଘର ଭଡ଼ା ପ୍ରଦାନ କରିବାକୁ ଏତଲାରେ ଦର୍ଶାଇଛନ୍ତି ବିଶ୍ୱଜିତ୍ । ପୂର୍ବରୁ ଇଓଡବ୍ଲୁ ଓ କଟକ ପୁରୀଘାଟ ଥାନାରେ ଦୁଇଟି ଠକେଇ ଅଭିଯୋଗ ହୋଇଛି ।

Leave A Reply

Your email address will not be published.