ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ମୁକାବିଲା; ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଟିମ ଇଣ୍ଡିଆର ବ୍ଯାଟିଂ ଜାରି

ଅହମ୍ମଦାବାଦ୍‍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦବାଦର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡ଼ିୟମରେ  ସିରିଜ୍‍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚ୍‍ରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କରିଛନ୍ତି। ଏହି ମ୍ଯାଚରେ ପ୍ରଥମରୁ ହିଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ରୋହିତ ଶର୍ମାଙ୍କ ଧୂଆଁଦାର ବ୍ଯାଟିଂକରି ୬୪ ରନ କରି ଆଉଟ ହୋଇଛନ୍ତି। ବିରାଟଙ୍କ ସହ ସୂର୍ଯ୍ଯକୁମାର ଯାଦବ ପାରିକୁ ସମ୍ଭାଳିଛନ୍ତି। ସୂର୍ଯ୍ଯକୁମାର ଯାଦବ ମଧ୍ଯ ଦୃତ ଗତିରେ ରନ ସଂଗ୍ରହ କରିଥିଲେ। ସେ ୧୭ ବଲରେ ୩୨ ରନ କରି ଆଉଟ ହୋଇଛନ୍ତି। ଏହାପରେ ପାରିକୁ ସମ୍ଭାଳିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପିଚକୁ ଆସିଛନ୍ତି।

୧୯ ଓଭର ଖେଳ ଶେଷ ସୁଦ୍ଧା ଭାରତ ୨୧୧ ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି ୬୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ରନ କରିଛନ୍ତି।

ସେହିପରି ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଆଦିଲ ରସିଦଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।

 

Leave a comment