ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମ୍ମୁ କାଶ୍ମୀର ବାରାମୂଳା ଜିଲ୍ଲାରେ ଏନକାଉଣ୍ଟର, ଗତ ୨୪ ଘଣ୍ଟାରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ବାରାମୂଳା ଜିଲ୍ଲାରେ ଏନକାଉଣ୍ଟର, ଗତ ୨୪ ଘଣ୍ଟାରେ ୨ ଆତଙ୍କବାଦୀ ନିହତ । ଶନିବାର ବାରାମୂଳାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏହି ସଂଘର୍ଷରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ମୃତ ଆତଙ୍କବାଦୀର ପରିଚୟ ମିଳିଛି । ବାରାମୂଲାର ଇରଶାଦ ଅହମ୍ମଦ ଭଟ୍ଟ ମେ ୨୦୨୨ରୁ ଆତଙ୍କବାଦୀ ସଙ୍ଗଠନ ଲସ୍କର ଓ ତୋଏବାର ସକ୍ରିୟ ସଦସ୍ୟ । ତାଙ୍କ ନିକଟରୁ ଗୋଟିଏ ଏକେ ୪୭, ୨ ମାଗାଜିନ ଓ ୩୦ ରାଉଣ୍ଡ ଗୁଳି ଜବତ ହୋଇଛି । ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

ଆଜି ସକାଳେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ଜମ୍ମୁ କାଶ୍ମୀର ପୋଲିସ ଓ ସିଆରପିଏଫ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଲୁଚିଥିବା ଆତଙ୍କବାଦୀ ମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯାହାର ପାଲଟା ଯବାବରେ ନିପାତ ହୋଇଛି ଜଣେ ଆତଙ୍କବାଦୀ । ଏହା ପୂର୍ବରୁ କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଘଟିଥିଲା । ଜଣେ ଯବାନ ଆହତ ହୋଇଥିବାବେଳେ ଆତଙ୍କବାଦୀ ମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ ।

Leave A Reply

Your email address will not be published.