ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକରେ ୨ ଅପରାଧୀଙ୍କୁ ପୁଲିସର ଏନକାଉଣ୍ଟର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ନିକଟରେ ଏନକାଉଣ୍ଟର । ଏନକାଉଣ୍ଟର ଶିକାର ହୋଇଛନ୍ତି ୨ ଅପରାଧୀ। ସେମାନେ  ହେଲେ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ  ଓ ନୀଳଗିରି ଅଂଚଳ ର ସୁଶାନ୍ତ ମଲ୍ଲିକ। ଉକ୍ତ ୨ ଅପରାଧୀ ୨୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଡ଼ିତ ଥିବା ସୂଚନା ।  ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ସେମାନେ ମଧ୍ଯ ପୁଲିସକୁ ପାଲଟା ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ଅପରାଧୀଙ୍କ ପ୍ରତି ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହ କେତେକ ପୁଲିସ କର୍ମୀ ଆହତ ହୋଇଥିବା ଜଣା ପଡ଼ିଛି । ତେବେ ଏ ନେଇ ପୁଲିସ ଅଧିକ ସୂଚନା ଦେଇ ନାହାଁନ୍ତି ।

ସୂଚନା ଅନୁଯାୟୀ, ଏହି ୨ ଅପରାଧୀ ଭଦ୍ରକ ରେ ଗତ ୨୬ତାରିଖ ଚରମ୍ପା ଠାରେ ଏଟିଏମ ରୁ ୨୯ ଲକ୍ଷ ଟଙ୍କା ଲୁଟ ରେ ସମ୍ପୃକ୍ତି ସନ୍ଦେହ କରାଯାଉଛି । ତେବେ ଲୁଟ ରେ ସମ୍ପୃକ୍ତ ଥିବା ୬ ଅପରାଧୀ ଙ୍କ ମଧ୍ୟରୁ ୨ ଜଣ ଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ଅନ୍ୟ ୪ ଜଣ ଅପରାଧୀଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ସେମାନଙ୍କ ନିକଟ ରୁ ୩ ବନ୍ଧୁକ ଓ  ୨ଟି ଖଣ୍ଡାଜବତ ହୋଇଛି । ତେବେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଖବର ପାଇ ଯାଇଥିବା ବେଳେ ପୁଲିସକୁ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଗ୍ୟାଙ୍ଗରେ ବହୁ ଲୁଟରେ ଜଡିତ ଅଛନ୍ତି।  ଗ୍ୟାଙ୍ଗ ସହ ବିହାର ଲିଙ୍କର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ୨ ଅପରାଧୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.