ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିମାନ ଦୁର୍ଘଟଣାରେ ରାଫେଲ ତିଆରି କରୁଥିବା କମ୍ପାନୀ ମାଲିକଙ୍କ ମୃତ୍ଯୁ

ପ୍ୟାରିସ: ଫ୍ରାନ୍ସର ଶିଳ୍ପପତି ତଥା ସାଂସଦ ସଦସ୍ଯ ଓଲିଭିୟର ଡସାଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ତଙ୍କ ମୃତ୍ଯୁ ଖବର ପାଇବାପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମ୍ୟାକ୍ରନ୍ ଶୋକ ପ୍ରକାଶ କରିଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଯେ, ଓଲିଭିୟର ଡସାଲ୍ଟ ଫ୍ରାନ୍ସକୁ ଭଲ ପାଉଥିଲେ। ସେ ଶିଳ୍ପପତି, କମାଣ୍ଡର, ଆଇନଜୀବୀ, ସ୍ଥାନୀୟ ନିର୍ବାଚିତ ଅଧିକାରୀ, ବାୟୁସେନାରେ କାମ କରି ମଧ୍ଯ ଦେଶ ସେବା କରିଛନ୍ତି। ତାଙ୍କର ହଠାତ୍ ଦେହାନ୍ତ ଫ୍ରାନ୍ସ ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି।

ସେ ଫ୍ରାନ୍ସର  ଶିଳ୍ପପତି ସର୍ଜ ଡସାଲ୍ଟଙ୍କ ଜ୍ୟେଷ୍ଠପୁତ୍ର ଥିଲେ, ଓଲିଭିୟରଙ୍କ କମ୍ପାନୀ ରାଫାଲ ଯୁଦ୍ଧ ବିମାନ ଉତ୍ପାଦନ ତିଆରି କରିବା ସହିତ ଲେ ଫିଗାରୋ ନାମକ ଏକ ଖବରକାଗଜ ମଧ୍ୟ ଅଛି।

ଓଲିଭିୟର ୨୦୦୨ରୁ ଲେସ୍ ରିପବ୍ଲିକ୍ ପାର୍ଟିର ଜଣେ ବିଧାୟକ ଥିଲେ। ତାଙ୍କର ଦୁଇ ଭାଇ ଓ ଭଉଣୀ ଅଛନ୍ତି। ସେ ମଧ୍ୟ ପରିବାରର ଉତ୍ତରାଧିକାରୀ ଥିଲେ। ତାଙ୍କ ଜେଜେବାପା ମାର୍ସେଲ ଜଣେ ବିମାନ ଇଞ୍ଜିନିୟର ତଥା ବିଶିଷ୍ଟ ଉଦ୍ଭାବକ। ସେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଫରାସୀ ବିମାନରେ ବ୍ୟବହୃତ ଏକ ଚାଳକ ବିକଶିତ କରିଥିଲେ ଯାହାକି ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ପ୍ରସିଦ୍ଧ।

Leave A Reply

Your email address will not be published.