ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଶମ ଓ +୨ ପାସ୍‌ ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ : ଆସିଷ୍ଟାଣ୍ଟ୍‌ ଆର୍‌.ଆଇ, ଅମିନ ଓ ଫରେଷ୍ଟ ଗାର୍ଡରେ ୨,୮୪୧ଟି ଖାଲି ପଦ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖାଲି ପଡିଥିବା ୨,୮୪୧ ଆସିଷ୍ଟାଣ୍ଟ୍‌ ଆର୍‌.ଆଇ, ଅମିନ, ଫରେଷ୍ଟ ଗାର୍ଡ଼ ପଦ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (Odisha Sub-ordinate Staff Selection Commission, OSSSC)ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ।  ୨,୮୪୧ଟି ଗୃପ୍ ‘ସି’ ପଦ ପୂରଣ କରିବା ପାଇଁ ଏକ ମିଳିତ ନିଯୁକ୍ତି ପରୀକ୍ଷା ହେବ । ଏଥି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜିଠାରୁ ( ଅକ୍ଟୋବର ୧)ରେ ଆରମ୍ଭ ହୋଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ୫୨୯ଟି ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ (Statistical Field Surveyor), ୫୭୬ଟି ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (assistant revenue inspector), ୫୩୮ଟି ଅମିନ, ୮୦୬ଟି ଫରେଷ୍ଟ ଗାର୍ଡ ଓ ୩୯୨ଟି ଏକ୍ସାଇଜ୍ କନଷ୍ଟେବଳ ପଦ ପୂରଣ କରିବାକୁ ଏହି ପରୀକ୍ଷା କରାଉଛନ୍ତି।

ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ ଓ ଅମିନମାନେ ମାସକୁ ୮,୭୫୦ ଟଙ୍କା ବେତନ ପାଇବେ । ଏ.ଆର୍‌.ଆଇ. ଫରେଷ୍ଟ ଗାର୍ଡ ଓ ଏକ୍ସାଇଜ୍ କନଷ୍ଟେବଳମାନେ ମାସକୁ ୮,୮୮୦ ଟଙ୍କା ଦରମା ପାଇବେ । ଏହି ସବୁ ପଦରେ ନିଯୁକ୍ତି ପ୍ରଥମେ ଚୁକ୍ତିଭିତ୍ତିକ ହେବ ଓ ପରେ ଓଡିଶା ଗୃପ୍-ସି ଓ ଗୃପ୍-ଡି ପୋଷ୍ଟସ୍ (ଚୁକ୍ତିନାମା ନିଯୁକ୍ତି) ନିୟମ, ୨୦୧୩ ଅନୁଯାୟୀ ନିଯୁକ୍ତିଗୁଡ଼ିକୁ ନିୟମିତ କରିବା ଉପରେ ବିଚାର କରାଯିବ । ଫରେଷ୍ଟ ଗାର୍ଡ଼ ଓ ଏକ୍ସାଇଜ୍ କନଷ୍ଟେବଳଙ୍କ ପାଇଁ ମ୍ୟାଟ୍ରିକ୍ ପାସ୍‌ କିମ୍ବା ସମତୁଲ୍ୟ ପାଠ ହେଉଛି ସର୍ବନିମ୍ନ ଯୋଗ୍ୟତା । ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ, ଆସିଷ୍ଟାଣ୍ଟ ରାଜସ୍ୱ ନୀରିକ୍ଷକ (ଏ.ଆର୍‌.ଆଇ.) ଓ ଅମିନ ପଦ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା (୧୦ +୨) ହେଉଛି ସର୍ବନିମ୍ନ ଯୋଗ୍ୟତା ।

ଅନ୍ୟପକ୍ଷେ କେବଳ ଫରେଷ୍ଟ ଗାର୍ଡ଼ ପଦ ପାଇଁ ବୟସ ସୀମା ହେଉଛି ୧୮ ବର୍ଷରୁ ୩୨ ବର୍ଷ । ଅନ୍ୟ ସବୁ ପଦ ପାଇଁ ବୟସ ସୀମା ୨୧ରୁ ୩୨ ବର୍ଷ । ଏହି ପଦଗୁଡ଼ିକ ପାଇଁ ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା, ଶାରୀରିକ ମାନକ ମାପ ପରୀକ୍ଷା ଓ ଶାରୀରିକ ଦକ୍ଷତା ପରୀକ୍ଷା ହେବ । ସେହି ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଏହି ବିଜ୍ଞପ୍ତି ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୨୧, ୨୦୨୧ । ସେହି ତାରିଖ ପରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବରେ ଅକ୍ଷମ ହୋଇଯିବ ଓ ତା’ ପରେ ଏହି ପଦଗୁଡ଼ିକ ପାଇଁ ଆସିଥିବା କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି । ପଦବୀ ପାଇଁ ଆବେଦଏହି ସବୁ ପଦ ପାଇଁ ଆବେଦନ କରିବା ପାଇଁ କୌଣସି ପରୀକ୍ଷା ଦେୟ (ଫିସଂ, ଲରରଗ୍ଦ) ଦେବାକୁ ପଡ଼ିବ ନାହିଁ । ଏହା ନିଃଶୁଳ୍କ ।

ଆୟୋଗର ପୂର୍ବ ନିଯୁକ୍ତି ପାଇଁ ପୂର୍ବରୁ ପଞ୍ଜୀକୃତ ହୋଇ ନ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଆୟୋଗର ୱେବସାଇଟ୍  www.osssc.gov.in ଯାଇ “ପଞ୍ଜୀକରଣ” Registration ବଟନ୍ ଉପରେ କ୍ଲିକ୍ କରି ଏହି ପଦ ପାଇଁ ପଞ୍ଜିକରଣ କରିବାକୁ ପଡି଼ବ। ଯେଉଁମାନେ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ଓ ୟୁଜର୍ ଆଇଡି ପାଇଛନ୍ତି, ସେମାନେ ଏହି ୱେବସାଇଟରେ ଆବେଦନକାରୀ ମେନୁରେ (Applicant Menu) ଥିବା “ପୁନଃପଞ୍ଜୀକରଣ” (Re-Registration) ବିକଳ୍ପ ଚୟନ କରି ଏହି ସବୁ ପଦ ପାଇଁ ଲଗ୍‌-ଇନ୍ କରିବେ ଓ ପୁନଃପଞ୍ଜିକରଣ କରିବେ । ତା’ପରେ ଅନଲାଇନ୍ ଆବେଦନ ଫର୍ମ ପୂରଣ କରି ଦାଖଲ କରିବାକୁ ପଡ଼ିବ ।

Leave A Reply

Your email address will not be published.