ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ  ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ଜାରି କଲା ଜରୁରୀକାଳୀନ ହେଲପ୍ ଲାଇନ୍ ନମ୍ବର

ବ୍ରହ୍ମପୁର : ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ  ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶେଷକରି ରୂଷିକୁଲ୍ୟା ଓ ବାଘୁଆ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଜଣାପଡିଛି । ଏହାକୁ ନେଇ ବୁଗୁଡା ଜଳ ସେଚନ ବିଭାଗ ପକ୍ଷରୁ ନଦୀ ତଟରେ ଥିବା ଗାଁ ଗୁଡିକରେ ଲୋକେ ସତର୍କ ରହିବା ପାଇଁ ମାଇକ ମାଧ୍ୟମରେ ପ୍ରଚାର କରିଛନ୍ତି ।

ସେହିପରି ଗୋପାଳପୁରରେ ଲୋକଙ୍କୁ ସତର୍କ ରହିବା ପାଇଁ ମାଇକ୍ ପ୍ରଚାର କରି ସଚେତନ କରିଛି ପ୍ରଶାସନ । ବର୍ତ୍ତମାନ ବାଘୁଆ ଜଳଭଣ୍ଡାରରେ ୬୦% ଜଳ ଗଛିତ ରହିଥିବା ବେଳେ ଜଳଭଣ୍ଡାରରେ ୮୦% ଜଳ ହେଲେ ନିଷ୍କାସନ କରିବା ନିମନ୍ତେ ଘୋଷଣା କରାଯାଇଛି । ସେପଟେ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜରୁରିକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ଯେକୌଣସି ସମାସ୍ୟା ସମାଧାନ ପାଇଁ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଜରୁରୀ କାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛି। ହେଲପ୍ ଲାଇନ ନମ୍ବର- ୦୬୮୦ ୨୨୨୭୦୦୦, ୯୧୭୭୫୨୦୫୫୫୬୭

ଏଥିସହିତ ପଢ଼ନ୍ତୁ

ସେହିପରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ଗୁଲାବ୍ ନେଇ ଜରୁରୀକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି ।
ହେଲପ ଲାଇନ ନମ୍ବର- ୮୧୧୭୦୫୫୯୦୦ 

Leave A Reply

Your email address will not be published.