ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଟିନ୍‌ଙ୍କୁ ଏଲନ୍‌ ମସ୍କଙ୍କ ଚ୍ୟାଲେଞ୍ଜ : ସାହସ ଅଛି ତ ମୋ ସହ ଲଢେଇ କର, ଯିଏ ଜିତିବ ୟୁକ୍ରେନ ତାର

ୱାଶିଂଟନ୍‌ : ଥମିବାର ନାଁ ନେଉନି ଋଷ-ୟୁକ୍ରେନ ବିବାଦ । ୧୯ ଦିନରେ ଯୁଦ୍ଧ ପହଞ୍ଚିଥିଲେ ବି ଏବେ ମଧ୍ୟ ଆକ୍ରମଣ ଜାରି ରହିଛି । ଟ୍ୟାଙ୍କ, ତୋପ ଏବଂ ଯୁଦ୍ଧବିମାନରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଜୈବିକ ଏବଂ ରାସାୟନକି ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ୟୁକ୍ରେନ ଆମେରିକା ସହ ମିଶି ଜୈବିକ ଏବଂ ରାସାୟନକି ଅସ୍ତ୍ରଶସ୍ତ୍ର ତିଆରି କରୁଛି ବୋଲି ରୁଷ ଅଭିଯୋଗ କରିଛି।


ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହାତାହାତି ହେବାକୁ ଚ୍ୟାଲେଞ୍ଜ କରିଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ। ଏହି ଜଣିକିଆ ମୁକାବିଲାରେ ବାଜିରେ ଲାଗିବ ୟୁକ୍ରେନ। ଟୁଇଟ୍ କରି ଏହା କହିଛନ୍ତି ଏଲନ୍‌ ମସ୍କ। ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠୁ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଲଗାତାର ଟାର୍ଗେଟ୍ କରୁଛନ୍ତି ମସ୍କ। କେବଳ ଏତିକି ନୁହେଁ ୟୁକ୍ରେନର ସହାୟତା ପାଇଁ ନିଜର ସାଟେଲାଇଟ୍ ଷ୍ଟାରଲିଙ୍କର ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି।

ସୋମବାର ଗୋଟିଏ ପରେ ଗୋଟିଏ ଟ୍ୱିଟରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଲଢେଇ ପାଇଁ ଚ୍ୟାଲେଞ୍ଜ କରିଛନ୍ତି। କେବଳ ଏତିକି ନୁହେଁ ସେ ପୁଟିନ ତାଙ୍କୁ ଭୟ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି। ନିଜ ଟୁଇଟରେ ପୁତିନଙ୍କ ନାମକୁ ଏଲୋନ୍ ମସ୍କ ଋଷିୟ ଭାଷାରେ ଲେଖିଛନ୍ତି । ଏପରିକି ଉଭୟଙ୍କ ହାତାହାତି ଲଢେଇ ହିଁ ଋଷ-ୟୁକ୍ରେନ ଯୁଦ୍ଧର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଲନ ମସ୍କ ଟୁଇଟ୍ କରି ଲେଖିଛନ୍ତି, ମୁଁ ଭ୍ଲାଦିମିର ପୁଟିନଙ୍କୁ ଏକାକୀ ମୋ ସହ ଲଢେଇ କରିବାକୁ ଚ୍ୟାଲେଞ୍ଜ କରୁଛି। ଏଥିପାଇଁ ବାଜିରେ ଲାଗିବ ୟୁକ୍ରେନ। ଯିଏ ଜିତିବ ୟୁକ୍ରେନ ତାର ହେବ ବୋଲି ସେ କହିଛନ୍ତି। ଏହି ଟୁଇଟ୍‌କୁ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ତେବେ ପୁତିନ୍‌ଙ୍କର ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟ ନଥିବାରୁ ଏଲୋନ୍ ମସ୍କ ଋଷିୟ ରାଷ୍ଟ୍ରପତିଙ୍କ ଅଫିସିଆଲ୍ ଆକାଉଣ୍ଟ ସହ ନିଜ ଟୁଇଟ୍‌କୁ ଟ୍ୟାଗ୍ କରିଛନ୍ତି ।

Leave A Reply

Your email address will not be published.