ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତରେ ହାଇସ୍ପିଡ ଇଣ୍ଟରନେଟ୍ ସେବା ଯୋଗାଇ ଦେବେ ଏଲନ୍ ମସ୍କ, ଜିଓ ସହ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଏଲନ୍ ମସ୍କଙ୍କ ନାମ ଶୁଣିଥିବେ। ଆମେ ସେହି ଏଲନ୍ ମସ୍କ ବିଷୟରେ କହୁଛୁ ଯିଏ ଟେସଲାର ସିଇଓ ଏବଂ ଗୋଟିଏ ଟ୍ୱିଟ୍ ପରେ ଅନ୍ୟ କମ୍ପାନୀର ସେୟାର ଆକାଶଛୁଆଁ ହୋଇଯାଇଥାଏ। ଏଲନ୍ ମସ୍କ ବର୍ତ୍ତମାନ ରିଲାଏନ୍ସ  ଜିଓ ଏବଂ ଭାରତର ଅନ୍ୟ ଟେଲିକମ୍କୁ କଡ଼ା ପ୍ରତିଯୋଗିତା ଦେବାକୁ ଯାଉଛନ୍ତି। ସ୍ପେସ ଏକ୍ସ କମ୍ପାନୀ ଦ୍ବାରା ପରିଚାଳନାଧୀନ ଷ୍ଟାର ଲିଙ୍କ ଇଣ୍ଟରନେଟ୍ ସେବାକୁ ମସ୍କ ଭାରତରେ ପ୍ରବେଶ କରାଇବାକୁ ଯାଉଛନ୍ତି। ପ୍ରଥମ ପଞ୍ଜୀକରଣ ଉପଭୋକ୍ତାଙ୍କୁ ପ୍ରଥମେ ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

starlink

ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବା ସ୍ପେସ୍ ଏକ୍ସ ଦ୍ୱାରା ନିୟନ୍ତ୍ରିତ । ଯାହା ଏକ ଏରୋସ୍ପେସ୍ କମ୍ପାନୀ ଅଟେ। ସ୍ପେସ୍ ଏକ୍ସ ୨୦୦୨ରେ ଏଲୋନ୍ ମସ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଭାରତରେ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଷ୍ଟାର ଲିଙ୍କ ଇଣ୍ଡିଆ ୱେବସାଇଟ୍ ଲାଇଭ୍ ଆରମ୍ଭ ହୋଇଯାଇଛି ଏବଂ ବୁକିଂ ମଧ୍ୟ ଚାଲିଛି।

ରିପୋର୍ଟ ଅନୁଯାୟୀ, ୨୦୨୨  ପ୍ରାରମ୍ଭ ସୁଦ୍ଧା ଇଣ୍ଟରନେଟ୍ ସେବା  ଆରମ୍ଭ କରିପାନ୍ତି ଏଲନ ମସ୍କ। ଇଣ୍ଟରନେଟେ ସେବା ପାଇଁ ପାଇଁ ପ୍ରି-ବୁକିଂ ଆରମ୍ଭ ହୋଇଛି। ଆପଣ https://www.starlink.com/ କୁ ଯାଇ ପ୍ରି-ବୁକ୍ କରିପାରିବେ। ଷ୍ଟାରଲିଙ୍କ ଇଣ୍ଟରନେଟ୍ ପାଇଁ ପ୍ରି-ବୁକିଂ ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ପାଇଁ କରାଯାଉଛି। ବୁକିଂ ସମୟରେ ଆପଣ ନିଜ ଲୋକେଶନର ସୂଚନା ଦେବେ।

ଷ୍ଟାର ଲିଙ୍କ ଇଣ୍ଟରନେଟର ପ୍ରି-ବୁକିଂ ପାଇଁ ଆପଣଙ୍କୁ  ୯୯ ଡଲାର ଅର୍ଥାତ୍ ୭,୩୦୦ ଟଙ୍କା ସିକ୍ୟୁରିଟି ବାବଦକୁ ରହିଛି। ଦେୟ ପରେ ଆପଣଙ୍କ ବୁକିଂ ନିଶ୍ଚିତ ହେବ।  ଏହି ୧୦୦ % ଫେରସ୍ତଯୋଗ୍ୟ, ଅର୍ଥାତ୍ ଯଦି ଆପଣ ବୁକିଂ ପରେ ନିଜ ମନ ପରିବର୍ତ୍ତନ କରନ୍ତି, ତେବେ ଆପଣ ଏହାକୁ ବାତିଲ କରି ଟଙ୍କା ପ୍ରତ୍ୟାହାର କରିପାରିବେ।

ପ୍ରାରମ୍ଭରେ ବିଟା ପରୀକ୍ଷଣ ସମୟରେ ଗ୍ରାହକମାନେ ୫୦ରୁ -୧୫୦ ଏମବି ସ୍ପିଡ ମିଳିବ। କିନ୍ତୁ ଏଲନ୍ ମସ୍କ କହିଛନ୍ତି ଯେ, ପରୀକ୍ଷା ସମାପ୍ତ ହେବା ପରେ ୩୦୦ ଏମବିର ସ୍ପିଡ ଉପଭୋକ୍ତା ମାନଙ୍କୁ ଦିଆଯିବ। ମସ୍କ ଏହା ମଧ୍ୟ କହିଛନ୍ତି ଯେ, ଷ୍ଟାରଲିଙ୍କ ମାଧ୍ୟମରେ ସାରା ବିଶ୍ୱରେ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ ଯୋଜନା ପ୍ରସ୍ତୁତ ଚାଲିଛି।

Leave A Reply

Your email address will not be published.