ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧନୀ ତାଲିକାରେ ଖସୁଛନ୍ତି ଏଲନ୍‌ ମସ୍କ

ନୂଆଦିଲ୍ଲୀ : ଫୋର୍ବସ୍‌ ରିଅଲ ଟାଇମ୍‌ ଅରବପତି ସୂଚୀରେ ଟେସ୍‌ଲା କାର ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ୍‌ ମସ୍କ ତଳକୁ ଖସିବାରେ ଲାଗିଛନ୍ତି। ୨ ସପ୍ତାହ ପୂର୍ବେ ମସ୍କ ବିଶ୍ୱର ଧନୀ ତାଲିକାରେ ୧ ନମ୍ବର ସ୍ଥାନରେ ଥିଲେ। ତେବେ ଦେଖୁ ଦେଖୁ ସେ ସୂଚୀର ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଚଳିତ ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ମୂଲ୍ୟରେ ଭାରି ହ୍ରାସ ଦେଖା ଯଇଛି। ମାତ୍ର ସପ୍ତାହକରେ ତାଙ୍କର ସମ୍ପତ୍ତିରେ ୨୭ ବିଲିୟନ ଡଲାର କ୍ଷତି ହୋଇଥିବାବେଳେ ବଜାର ପୁଞ୍ଜିରେ ମଧ୍ୟ ହ୍ରାସ ଦେଖାଦେଇଛି। ଶୁକ୍ରବାର ଶେଷ ହୋଇଥିବା ସପ୍ତାହରେ ଏଲନ ମସ୍କଙ୍କ କମ୍ପାନୀ ସେୟାର ନାସଡାକ୍‌ ୧୦୦ ସୂଚୀରେ ତଳକୁ ଖସିବା ଯୋଗୁ ମସ୍କ ମଧ୍ୟ ତାଲିକାରେ ତଳକୁ ଖସିଆସିଛନ୍ତି।

ଏବେ ମସ୍କଙ୍କ ସ୍ଥାନରେ ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାଡ ଆର୍ଣ୍ଣୋଲ୍ଟ ବିଶ୍ୱର ଦ୍ୱିତୀୟ ଧନୀ ହୋଇଛନ୍ତି। ଗତବର୍ଷ ଅର୍ଥାତ ୨୦୨୦ରେ ଟେସ୍‌ଲା ସେୟାର ମୂଲ୍ୟ ୭୪୩ ପ୍ରତିଶତ ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇଥିଲା। ଫଳରେ ମସ୍କଙ୍କ ସମ୍ପତ୍ତି ମଧ୍ୟ ସେହି ଅନୁପାତରେ ବଢିଥିଲା। ଫଳରେ ମସ୍କ ଜାନୁୟାରୀ ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ଧନୀକ ଜେଫ ବେଜୋସ୍‌ଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ। ଜାନୁୟାରୀରେ ମସ୍କଙ୍କ ସମ୍ପତ୍ତି ୨୧୦ ବିଲିୟନ ଡଲାର ରହିଥିଲା। ଏବେ ତାଙ୍କ ସମ୍ପତ୍ତିରେ ୬.୨ ବିଲିୟନ ଡଲାରର ହ୍ରାସ ହୋଇଛି। ତେବେ ମସ୍କଙ୍କ ଏପରି ଅଚାନକ ପତ୍ତନ ପଛରେ ବିଟ୍‌ କଏନ୍‌ର ହାତ ମଧ୍ୟ ରହିଛି। ଯେତେବେଳେ ବଜାରରେ ଟେସ୍‌ଲା ସେୟାର ମୂଲ୍ୟ ବଢୁଥିଲା ମସ୍କଙ୍କ ବିଟ୍‌ କଏନ ନିବେଶ ତାଙ୍କୁ ଧନୀରୁ ଆହୁରି ଧନୀ କରିଦେଇଥିଲା। ନିକଟରେ ମସ୍କ ବିଟ୍‌ କଏନରେ ୧.୫ ବିଲିୟନ ଡଲାର ନିବେଶ କରିଥିବା ଘୋଷଣା କରିଥିଲେ।

Leave A Reply

Your email address will not be published.