ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସପ୍ତମ ସନ୍ତାନର ଜନକ ହେଲେ ଏଲନ୍ ମସ୍କ

ଟେକ୍ସାସ୍: ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। ମସ୍କ ଓ ତାଙ୍କ ପତ୍ନୀ ହଲିଉଡ ସିଙ୍ଗର ଗ୍ରିମ୍ସ  ସରୋଗେସୀରେ ଏକ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। ମସ୍କଙ୍କର ଏହା ସପ୍ତମ ତଥା ଗ୍ରିମ୍ସଙ୍କର ଏହା ଦ୍ୱିତୀୟ ସନ୍ତାନ। ତେବେ ସେମାନେ ଗତବର୍ଷ ଡିସେମ୍ବର ମାସରେ ଏହି କନ୍ଯା ସନ୍ତାନର ଜନକ ଜନନୀ  ହୋଇଥିଲେ ମଧ୍ଯ ଏପର୍ଯ୍ଯନ୍ତ  ତାହାକୁ ଗୋପନୀୟ ରଖିଥିଲେ। ନିକଟରେ ଭେନିଟି ଫେୟାର ମ୍ୟାଗଜିନକୁ ଏକ ସାକ୍ଷାତକାରରେ ଗ୍ରିମ୍ସ ଏକ କନ୍ୟା ସନ୍ତାନର ଜନନୀ ବୋଲି ସୂଚନା ଦେଇଛନ୍ତି।

ଟେସ୍‌ଲା ମାଲିକ ଏଲିନ ଓ ଗ୍ରିମ୍ସ ଏଥର ମଧ୍ୟ ତାଙ୍କ ଶିଶୁର ଅଜବ ନାମକରଣ କରିଛନ୍ତି। ନବଜାତ ଶିଶୁର ନାମ ଜା ଡାର୍କ ସାଇଡରାଏଲ ରଖିଛନ୍ତି । ତାକୁ ‘ୱାଇ’ ବୋଲି ଡାକୁଛନ୍ତି। ପାଖାପାଖୁ ୨ ବର୍ଷ ପୂର୍ବେ ଗ୍ରିମ୍ସ ଓ ଏଲନ ଏକ ପୁତ୍ର ସନ୍ତାନର ଜନକ ଜନନୀ ହୋଇଥିଲେ। ସେତେବେଳେ ଏହାର ନାମ ଏକ୍ସ ଏଇ ଏ-ଟ୍ବିଲଭ ରଖିଥିଲେ। ହୁଏତ ଏପରି ନାମ ଆପଣଙ୍କୁ ଅଜବ ଲାଗିପାରେ ହେଲେ ଏଲନ ମସ ତାଙ୍କ ପିଲାଙ୍କ ଏପରି ନାମକରଣ କରିଥାନ୍ତି।

Leave A Reply

Your email address will not be published.