ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶଦ୍ରୋହ ଅଭିଯୋଗରେ ବିଦା ହେଲେ ୧୧ କର୍ମଚାରୀ

ଶ୍ରୀନଗର : ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୧୧ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଦେଇଛି ଜମ୍ମୁ-କଶ୍ମୀର ପ୍ରଶାସନ। ଦେଶବିରୋଧୀ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ବରଖାସ୍ତ କର୍ମଚାରୀଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ଆତଙ୍କବାଦୀ ସୈଏଦ ସଲାଉଦ୍ଦିନର ୨ ପୁଅ ସାମିଲ ଅଛନ୍ତି। ସଲାଉଦିନ କଶ୍ମୀରର ବାସିନ୍ଦା। କିନ୍ତୁ ସେ ଏବେ ପାକିସ୍ତାନରେ ରହି ହିଜବୁଲର ନେତୃତ୍ବ ନେଉଛି। ସେ ୟୁନାଇଟେଡ ଜିହାଦ କାଉନସିଲର ମୁଖ୍ୟ ମଧ୍ୟ। ଜୈସ-ଇ-ମହମ୍ମଦ ଏବଂ ଲସ୍କର-ଇ-ତୋଏବାକୁ ମିଶାଇ ଏହାକୁ ଗଠନ କରାଯାଇଛି। ବରଖାସ୍ତ କର୍ମଚାରୀଙ୍କ ମଧ୍ୟରେ ଅନନ୍ତନାଗର ୪, ବଡଗାମର ୩, ବାରାମୂଳା, ଶ୍ରୀନଗର, ପୁଲୱାମା ଏବଂ କୁପୱାଡାର ଜଣେ ଲେଖାଏଁ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଶିକ୍ଷା ବିଭାଗରେ, ୨ ଜଣ ଜମ୍ମୁ-କଶ୍ମୀର ପୁଲିସରେ ଏବଂ କୃଷି, ଦକ୍ଷତା ବିକାଶ, ବିଦ୍ୟୁତ, ଯୋଜନା ଏବଂ ସ୍ବାସ୍ଥ୍ୟ ବିଭାଗରେ ଜଣେ ଲେଖାଏଁ କାମ କରୁଥିଲେ।

Leave A Reply

Your email address will not be published.