ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନବୀର ଜଙ୍ଗଲରେ ହାତୀପଲ; ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି, ଲୋକେ ଆତଙ୍କିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ଖଣ୍ଡ ଦମାହୁଦା ବିଟ ଅନ୍ତର୍ଗତ ବନବୀର ଜଙ୍ଗଲରେ ଡେରା ପକାଇଛନ୍ତି ୧୦ ଟିକିଆ ହାତୀପଲ । ଏହି ହାତୀପଲ ଆଖପାଖ ଚାଷ ଜମିରେ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଦିନ ବେଳା ଏହି ହାତୀପଲ ଜଙ୍ଗଲ ଭିତରେ ରହୁଥିବା ବେଳେ ନଦୀ ପାର ହୋଇ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଫଳରେ ସନ୍ଧ୍ୟା ହେଲେ ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡୁଛନ୍ତି । ଏହି ହାତୀପଲ ଏବେ ତେଲ ନଦୀ ପାରକରି ମୟୁରଭଞ୍ଜ ଜିଲ୍ଲାର ଚତୁରୀ ସାହି ଜଙ୍ଗଲରେ ଡେରା ପକାଇ ଥିବା ବେଳେ ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ  ସୂଚନା ଦେଇଛନ୍ତି।

Leave A Reply

Your email address will not be published.