ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀ

ପୁରୀ: ଶେଷରେ ଟ୍ରାଙ୍କୁଲାଇଜ୍‌ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ଦନ୍ତା ହାତୀଟିକୁ ଆଜି ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ। ରାତି ତମାମ ବନବିଭାଗର ଅପରେସନ ଗଜରାଜ ପରେ ଆଜି ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ଟ୍ରାଙ୍କୁଲାଇଜ୍‌ କରାଯାଇ ହାତୀକୁ କାବୁ କରାଯାଇଛି। ତେବେ ଟ୍ରାଙ୍କୁଲାଇଜ କରାଯାଇଥିବା ହାତୀଟିକୁ କେଉଁ ଜଙ୍ଗଲରେ ଛଡ଼ାଯିବ ଏନେଇ କିଛି ସୂଚନା ଦେଇନାହିଁ ବନ ବିଭାଗ । ହାତୀକୁ ଜଗିବାରେ ୫ ରେଂଜ’ର ବନ ଅଧିକାରୀ ସାମିଲ ହୋଇଥିଲେ । ଚନ୍ଦକାରୁ ଚନ୍ଦନପୁରର ଚାଲିଆସିଥିଲା ଦନ୍ତା ହାତୀ ।

ସୂଚନାଯୋଗ୍ୟ, ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ ଆତଙ୍କ ଖେଳାଉଥିଲା । ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆଡକୁ ପଶି ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ।

Leave A Reply

Your email address will not be published.