ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାନ ବିଲ ଜଗିଥିବା ସମୟରେ ଯୁବକଙ୍କୁ ଦଳିଦେଲା ହାତୀ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ବନାଚଂଳ ବାଲିବଦ୍ଧ ଫରେଷ୍ଟ ବିଟ ଅଚଂଳରେ ମଂଚାରେ ଧାନ ଜଗିଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦଳିଦେଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଲିବନ୍ଧ ଫରେଷ୍ଟ ବିଟ୍ ଅଧନସ୍ଥ ପୁରାଣାପାଣିଠାରେ ଚମାରୁ ମୁଣ୍ଡା(୨୪ବର୍ଷ) ତାଙ୍କର ଧାନ କ୍ଷେତରେ ତିଆରି ମଂଚାରେ ଧାନ ଜଗିଥିଲେ। କିଛିଦିନ ହେବ ଚାଷ ବଚାଂଇବାପାଇଁ ଚମାରୁ ମଂଚାରେ ଧାନ ଜଗିଥାନ୍ତି। ରବିବାର ରାତ୍ରୀରେ ଧାନକ୍ଷେତ ଜଗିବାପରେ ସୋମବାର ଭୋରରୁ ମଂଚାରୁ ଓହ୍ଲାଇବାବେଳେ ତଳେ ଥିବା ହାତୀ ପଲ୍ଲରୁ ଗୋଟିଏ ହାତୀ ଚମାରୁକୁ ଟେକିନେଇ ଦଳିଦେଇଥିଲା। ଫଳରେ ଘଟଣା ସ୍ଥଲଳରେ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ବାମେବାରୀ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମାଲା ରୁଜ୍ଜୁ କରିଥିବା ଜଣାପଡିଛି।

Leave A Reply

Your email address will not be published.