ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ଯୁବକଙ୍କ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।  ଯୁବକ ଜଣକ ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଅନ୍ତର୍ଗତ କାଦପଡା ଗାଁର ବାବୁ ସାହୁ । ବାବୁ ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ । ତାଙ୍କର ୭ ମାସର ଦରମା ସହ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିବା ଯୋଗୁଁ ମାନସିକ ଚାପରେ ରହି ଆସୁଥିଲେ । ବାରମ୍ବାର ସ୍ଥାନୀୟ ବନ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନଥିବା ପ୍ରକାଶ କରିଛନ୍ତି ବାବୁ । ମହାବିରୋଡ଼ର ତତ୍କାଳୀନ ରେଞ୍ଜର ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ସୂଚନା । ଦୀର୍ଘ ୧୦ ବର୍ଷ ଧରି ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ କାର୍ଯ୍ୟ କରୁଥିଲେ ବାବୁ ।

ବାରମ୍ବାର ସ୍ଥାନୀୟ ବନ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଏପରି କରିଥିବା କହିଛନ୍ତି। ଜିଲ୍ଲାପାଳଙ୍କ ଜନ ଶୁଣାଣି ଚାଲିଥିବା ସମୟରେ ଯୁବକ ଜଣଙ୍କ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ତାଙ୍କୁ ଅଟକାଇଥିଲେ ।

Leave A Reply

Your email address will not be published.