ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାତୀ ଦେହରେ ବାଜିଛି ୧୦ ଗୁଳି, ବିଧାୟକ ଦେବୀ ମିଶ୍ରଙ୍କ ସୂଚନା ପରେ ଚିକିତ୍ସା ପାଇଁ ପହଞ୍ଚିଲେ ବନ ବିଭାଗ ଅଧିକାରୀ

କଟକ: ହାତୀ ଦେହରେ ବାଜିଛି ୧୦ ଗୁଳି। ନରସିଂହପୁର ଜଙ୍ଗଲରେ ବୁଲୁଛି ଏକ ଗୁଳିବିଦ୍ଧ ଦନ୍ତା  ହାତୀ । ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତା ହାତୀ ଶରୀରରେ ୧୦ଟି ଗୁଳି ବାଜିଥିବା ଜଣା ପଡିଛି ।  ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଛି। ଶିକାରୀ ହିଁ ଗୁଳି ମାରିଥିବା ସ୍ପଷ୍ଟ ହୋଇଛି । ସେପଟେ ହାତୀଟିର ବୟସ ୮ ରୁ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀର ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡରେ ଲାଗିଛି ଗୁଳି । ଯାହା ଫଳରେ ସେ ଯନ୍ତ୍ରଣା ଭୋଗୁଛି । ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ ବନ ବିଭାଗ ଅଧିକାରୀ । ପରବର୍ତ୍ତୀ ସମୟରେ ତତକ୍ଷଣାତ୍ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ହାତୀଟିର ପ୍ରାଥମିକ ଚିକିତ୍ସା କରିଛନ୍ତି । ଏକ ମାସ ହେବ ଏହିପରି ଆହତ ଅବସ୍ଥାରେ ହାତୀଟି ଘୁରି ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଖବର ପାଇବାର ପରେ ଫେସ୍‌ବୁକ୍‌ ପେଜ୍‌ରେ ବିଧାୟକ ଦେବୀ ମିଶ୍ର ପୋଷ୍ଟ କରି କହିଥିଲେ ଯେ, କିଛି ସମୟ ଆଗରୁ ନରସିଂହପୁରର ଯୁବନେତା ନିର୍ମଳ ଜେନାଙ୍କ ଠାରୁ ଖବର ପାଇଲି ଯେ କିଛି ଗ୍ରାମବାସୀ ପାଖ ଜଙ୍ଗଲରେ ଏକ ଦନ୍ତା ହାଥୀ ଗୁଳିବିଦ୍ଧ ହୋଇ ଯନ୍ତ୍ରଣା ପାଉଥିବା ଦେଖିଥିଲେ। ବନବିଭାଗର କର୍ମଚାରୀମାନେ ମଧ୍ୟ ଏନେଇ ଅବଗତ ହୋଇଛନ୍ତି। ଭେଟରନାରୀ ଡାକ୍ତର ଆଶୁ ଚିକିତ୍ସା କରିଛନ୍ତି କିନ୍ତୁ ବିଶେଷଜ୍ଞଙ୍କ ଆବଶ୍ୟକତା ଅଛି। ଏହି ଘଟଣାରେ ମୁଁ ତୁରନ୍ତ ଟେଲିଫୋନ ଯୋଗେ ଓଡ଼ିଶାର ନୂତନ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅବଗତ କରାଇ ନନ୍ଦନକାନନର ପ୍ରାଣୀ ବିଶେଷଜ୍ଞ ବ୍ୟବସ୍ଥା କରାଇବା ପାଇଁ ଅନୁରୋଧ କରିଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମଧ୍ୟ ଅଫିସର ସ୍ତରୀୟ ଯୋଗାଯୋଗ ଓ ବ୍ୟବସ୍ଥା ପାଇଁ କହିଛନ୍ତି।

Leave A Reply

Your email address will not be published.