ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ଫସିଲା ହାତୀ, ଉଦ୍ଧାର କାର୍ଯ୍ୟ ଜାରି….

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ରେଞ୍ଜର କିଡିଂ ଗାଁର ପୋଖରୀ ଭିତରେ ଏକ ଦନ୍ତା ହାତୀ ଫସି ରହିଥିବା ଦେଖିବାକୁ ମିଳିଛି । ଖବର ପାଇ ବନ କର୍ମଚାରୀ ପହଞ୍ଚି ହାତୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ପଲରେ ଥିବା ଅନ୍ୟ ହାତୀ ଜଙ୍ଗଲକୁ ପଳାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳମାନଙ୍କରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଛି। ସନ୍ଧ୍ଯା ହେଲେ ହାତୀପଲ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି । ସେମାନଙ୍କ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ୁଥିବା ବେଳେ ସେମାନେ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ଦେଉଛନ୍ତି ।

 

Leave A Reply

Your email address will not be published.