ରାଜ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବିଦ୍ୟୁତ ତାର ଆଘାତରେ ମୃତ୍ୟୁବରଣ କରିଥିବା ସୂଚନା

କେନ୍ଦୁଝର: ରାଜ୍ୟରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମବୋରି ବିଟ୍ ବସନ୍ତପୁର ଜଡିପଦା ସାହିରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ ତାର ଆଘାତରେ ହାତୀଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ରବିବାର ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି । ଦନ୍ତାର ମୃତଦେହ ବିଦ୍ୟୁତ ତାରରେ ଛନ୍ଦି ହୋଇ ରହିଛି । ତେବେ ବିଦ୍ୟୁତ୍ ତାର ଝୁଲନ୍ତା ଅବସ୍ଥାରେ ଥିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି।