ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଖିବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ

ଭୁବନେଶ୍ବର: ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ଆଜି ମୃତ୍ଯୁ ଘଟିଛି। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତାହାତୀ ଶରୀରରେ ୬ଟି ଗୁଳି ବାଜିଥିବା ଜଣା ପଡିଥିଲା। ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଥିଲା।। ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ ବନ ବିଭାଗ ଅଧିକାରୀ । ଏହା ପରେ ଚକିତ୍ସା ଆରମ୍ଭ ହୋଇଥିଲା । ତେବେ ଦୀର୍ଘଦିନ ଦିନ ଧରି ମୃତ୍ଯୁ ସହ ସଙ୍ଘର୍ଷ କରିବାପରେ ଆଜି ଗୁଳିବିଦ୍ଧ ଦନ୍ତା ହାତୀଟିର ମୃତ୍ଯୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ ଦେହୁରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.