ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଢେଙ୍କାନାଳରେ ହାତୀ ମୃତ୍ୟୁ, ନାଳରେ ଫସି ହାତୀ ର ମୃତ୍ୟୁ ହୋଇଥିବା ଅନୁମାନ

ଢେଙ୍କାନାଳ ବନ ଖଣ୍ଡ କାମାକ୍ଷା ନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ଗ୍ରାମ ର ଦନାର ପୋଖରୀ ନିକଟସ୍ଥ ଏକ ନାଳରେ ଫଶି ଏକ ହାତୀ ର ମୃତ୍ୟୁ ହୋଇଛି । ତେବେ ଦୁଇ ଦିନ ତଳେ ଦନାର ପୋଖରୀରେ ଏକ ୫ ଟିକିଆ ହାତୀ ପଲ ଦିନ ତମାମ ଅଟକି ରହିଥିବା ବେଳେ ବନ ବିଭାଗ ରାତିରେ ଟର୍ଚ୍ଚ ମାରି ଜଙ୍ଗଲ କୁ ଘଉଡ଼ାଇବା ଥିବା ସୂଚନା ମିଳିଥିଲା ।ତେବେ ଆଜି ପୋଖରୀ ଠାରୁ କିଛି ମିଟର ଦୂରରେ ପୋଖରୀ ର ପାଣି ପ୍ରବେଶ ପଥ ନାଳରେ ହାତୀ ଟିର ମୃତ୍ୟୁ ହୋଇଛି ।କାଦୁଅରେ ଫଶି ହାତୀ ଟିର ମୃତ୍ୟୁ ହୋଇଥିବା ଜଣା ପଡିଛି ।ତେବେ ଏହି ଅଂଚଳରେ ହାତୀ ଦୀର୍ଘ ଦିନ ଧରି ରହୁ ଥିବା ବେଳେ, ,ବନବିଭାଗ ହାତୀ ଗତି ପଥ ଉପରେ ନଜର ନରଖିବା କାରଣ ଏହି ଭଳି ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.