ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସଲାଟ୍ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର

ସୋନପୁର:  ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ବସଲାଟ ଜଙ୍ଗଲରୁ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଶନିବାର ସକାଳେ ଜଙ୍ଗଲରେ ଏକ ହାତୀ ପଡିଥିବା ଦେଖି ନିକଟସ୍ଥ ଗାଁଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ସଦର ରେଞ୍ଜର ସମେତ ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ପ୍ରାଣୀ ଚିକିତ୍ସକ ତଥା ବନ ବିଭାଗ ଦ୍ବାରା ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ବିଷକ୍ରିୟାରେ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ । ସୋନପୁର-ବଲାଙ୍ଗିର ସୀମାକୁ ଲାଗିଥିବା ଏହି ଜଙ୍ଗଲ ନିକଟସ୍ଥ ଗାଁ ଗୁଡିକରେ କିଛି ଦିନ ହେଲା ହାତୀ ପଲ ବହୁ କ୍ଷୟକ୍ଷତି ଘଟାଉଛନ୍ତି। ଏକର ଏକର ଫସଲ ମାଡି ବଦଳି ନଷ୍ଟ କରୁଛନ୍ତି ହାତୀ ।

Leave A Reply

Your email address will not be published.