ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କମଳା ରସରୁ ଉତ୍ପନ୍ନ ହେବ ବିଦ୍ୟୁତ୍ !

ବିଜ୍ଞାନର ଦ୍ରୁତ ବିକାଶ ଯୋଗୁଁ ପୂର୍ବ ଅପେକ୍ଷା ଏବେ ଆମ ସମସ୍ତଙ୍କ ଜୀବନଧାରଣର ମାନ ଉନ୍ନତ ହେବାରେ ଲାଗିଛି। ଆଜି ପର୍ଯ୍ୟନ୍ତ ଆମେ କୋଇଲା, ପାଣି, ପବନ ଓ ସୂର୍ଯ୍ୟକିରଣର ସାହାଯ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନର କଥା ଶୁଣିଥିଲେ । କିନ୍ତୁ ଆଗାମୀ ଦିନରେ ଆମକୁ କମଳା ରସରୁ ମଧ୍ୟ ବିଦ୍ୟୁତ୍ ଶକ୍ତି ମିଳିପାରିବ । ଆଜିକାଲି ବିଦ୍ୟୁତ୍ ଶକ୍ତିର ବ୍ୟବହାର ବଢିଚାଲିଥିବାବେଳେ ଏହାର ଉତ୍ପାଦନ ହ୍ରାସ ପାଇବାକୁ ଲାଗିଛି । ଏହାକୁ ଲକ୍ଷ୍ୟ କରି କିଭଳି ଭାବରେ ଅନ୍ୟ ଉତ୍ସରୁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇପାରିବ, ସେ କ୍ଷେତ୍ରରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି ଏବଂ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । ଏବେ କମଳା ରସରୁ ବିଜୁଳିର ଉତ୍ପାଦନ କରାଯିବ ବୋଲି ସୂଚନା ମିଳିଛି। ସ୍ପେନ୍‌ର ସବିଲ୍ ସହରରେ ଅଧିକ ସଂଖ୍ୟାରେ କମଳା ଉତ୍ପାଦନ କରାଯାଏ | ଏହାକୁ ଦୃଷ୍ଟିରେ ରଖି ସବିଲ୍‌ସ୍ଥିତ ୱାଟର୍‌ କମ୍ପାନୀ ‘ଏମାସେସା’ ପ୍ରସ୍ତାବ ଦେଇଛି ଯେ, ଯେଉଁ କମଳାଗୁଡ଼ିକ ପଚିଶଢି ନଷ୍ଟ ହୋଇଯାଉଛି, ସେଗୁଡ଼ିକୁ ବ୍ୟବହାର କରି ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯାଇପାରିବ । ଏଥିପାଇଁ କମ୍ ଖର୍ଚ୍ଚ ମଧ୍ୟ ହେବ। ସହରର ସଡକରେ, ମାର୍କେଟ୍ ଓ କ୍ଷେତରେ ପଡ଼ିଥିବା ଖରାପ କମଳାଗୁଡ଼ିକର ରସ ବାହାର କରାଯିବ ଏବଂ ବାକି ଅଂଶକୁ କମ୍ପୋଷ୍ଟ ଭାବେ କ୍ଷେତରେ ପ୍ରୟୋଗ କରାଯିବ । କମଳା ରସକୁ ୱାଟର ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟକୁ ପଠାଯିବା ପରେ ସେଠାରେ ବାୟୋଫୁଏଲ୍‌ରେ ପରିଣତ କରି ସେଥିରୁ ବିଦ୍ୟୁତ୍ ଉତ୍ପାଦନ ହେବ । କମଳାରସରୁ ୧୫୦୦ କିଲୋୱାଟ୍‌ର ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ।

Leave A Reply

Your email address will not be published.