ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ୟାଟେରୀ ଯୋଗୁଁ ବିଦ୍ୟୁଚ ଚାଳିତ ଗାଡିରେ ଲାଗୁଛି ନିଆଁ: ଡିଆର୍‌ଡିଓ

ନୂଆଦିଲ୍ଲୀ: ଦେଶରେ ବିଦ୍ୟୁଚ ଚାଳିତ ଗାଡି (ଇଭି)ରେ ନିଆଁ ଲାଗିବା ଘଟଣା ବଢ଼ିବାରେ ଲାଗିଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏଥିପ୍ରତି ଚିନ୍ତା ପ୍ରକଟ କରି ମାମଲାର ତଦନ୍ତ ଦାୟିତ୍ୱ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) କୁ ଦେଇଛି। ବ୍ୟାଟେରୀରେ ଗୁରୁତର ତ୍ରୁଟି ରହିଥିବା ପ୍ରତିଷ୍ଠାନ ଜାଣିବାକୁ ପାଉଛି। ବ୍ୟାଟେରୀ ଯୋଗୁଁ ଇଭିରେ ନିଆଁ ଲାଗୁଛି। ବ୍ୟାଟେରୀ ପ୍ୟାକର ଡିଜାଇନ ଏବଂ ମଡ୍ୟୁଲୋରେ ମଧ୍ୟ ତ୍ରୁଟି ରହିଛି।

ସୂଚନା ଅନୁଯାୟୀ, ଓକିନୱା ଅଟୋଟେକ୍‌, ପିଓର ଇଭି, ଜିତେନ୍ଦ୍ର ଇଲେକଟ୍ରିକ୍‌ ଭେଇକିଲ, ଓଲା ଇଲେକଟ୍ରିକ ଏବଂ ବୁମ୍‌ ମୋଟର୍ସ ଖର୍ଚ୍ଚ କାଟ କରିବାକୁ ନିମ୍ନ ମାନର ଉପକରଣ ବ୍ୟବହାର କରୁଛନ୍ତି। ଏଥିଯୋଗୁଁ ୨ ଚକିଆ ବ୍ୟାଟେରି ଚାଳିତ ଗାଡିରେ ନିଆଁ ଲାଗିଯାଉଛି। ଡିଆରଡିଓ ଏହି ରିପୋର୍ଟକୁ ସେଣ୍ଟର ଫର ଫାୟାର, ଏକ୍ସପ୍ଲୋସିଭ ଆଣ୍ଡ ଏନଭାରମେଣ୍ଟ ସେଫ୍ଟି (ସିଏଫଇଇଏସ)କୁ ପ୍ରଦାନ କରିଛି। ଏହି ରିପୋର୍ଟ ମିଳିବା ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପଭରୁ ସମସ୍ତ ବିଦ୍ୟୁତଚାଳିତ ଯାନ ନିର୍ମାଣକାରୀ ସଂସ୍ଥାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଭାରତରେ ବିଦ୍ୟୁତ ଚାଳିତ ଯାନ ଚଳାଚଳକୁ ଏବେ ଗୁରୁତ୍ବ ଦିଆଯାଇ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିର୍ମାଣକାରୀ ସଂସ୍ଥାଗୁଡିକର ଏଭଳି ମନୋଭାବ ଚିନ୍ତାଜନକ ହୋଇଥିବା କୁହାଯାଇଛି।

Leave A Reply

Your email address will not be published.