ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲିରେ ନିର୍ବାଚନୀ ହିଂସା : ବିଜେପି କର୍ମୀଙ୍କ ଆକ୍ରମଣରେ ଜଣେ ମୃତ

ଭୁବନେଶ୍ୱର: ପିପିଲିରେ ନିର୍ବାଚନୀ ହିଂସା । ରାଜନୈତିକ ଅସହିଷ୍ଣୁତାରେ ବଳି ପଡୁଛନ୍ତି ସାଧାରଣ ଜନତା। ଉପନିର୍ବାଚନ ପାଇଁ ବର୍ତ୍ତମାନ ଘନଘନ ରାଲି ସହ ସମସ୍ତ ଦଳର ହେବିୱେଟ ନେତାମାନେ ପିପିଲିରେ ଆସର ଜମାଇଥିବା ବେଳେ ନିର୍ବାଚନୀ ହିଂସା ଘଟିଛି। ଜଣେ ବିଜେଡ଼ି ସମର୍ଥକଙ୍କୁ ରାଜନୈତିକ ଉଦେଶ୍ୟ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ ଘଟଣା ହେଉଛି ଏହି ହତ୍ୟା ଘଟଣା ପଛରେ ବିଜେପି କର୍ମୀ ରହିଛନ୍ତି।

ସୂଚନା ମୁତାବକ ଡେଲାଙ୍ଗ ବ୍ଲକର ଜେନାପୁର ପଞ୍ଚାୟତ ଅନ୍ତ୍ରର୍ଗତ ଏକ ଦଳୀତ ସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ପାଣ୍ଡବ ବେହେରା ନାମଙ୍କ ଜଣେ ଭୋଟରକୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଛି । ଭୋଟ ଦେବାକୁ ପ୍ରଲୋଭିତ କରି ବିଜେପି ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲା । କିନ୍ତୁ ମୃତ ବ୍ୟକ୍ତି ଜଣଙ୍କ ଏହି ଟଙ୍କାକୁ ଫେରାଇଦେବାରୁ ତାଙ୍କୁ ଆକ୍ରୋଶ ରଖି ହତ୍ୟା କରାଯାଇଛି ।

ଅଧିକ ପଢନ୍ତୁ

ପରିବାର ଲୋକଙ୍କ ଏତଲା ମୁତାବକ, ସ୍ଥାନୀୟ ବିଜେପି କର୍ମୀ ପାଣ୍ଡବଙ୍କୁ ଭୋଟ ଦେବାକୁ ପ୍ରଳୋଭିତ କରିଥିଲେ । ଏମିତିକି ତାଙ୍କୁ ୫ ହଜାର ଟଙ୍କା ପ୍ରଦେନ କରିଥିଲେ । କିନ୍ତୁ ପାଣ୍ଡବ ଟଙ୍କା ଫେରସ୍ତ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏକ କାଠ ଫାଳିଆରେ ପାଣ୍ଡବଙ୍କ ଉପରେ ଆକ୍ରମଣ କରିଥିଲେ ବିଜେପି କର୍ମୀ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପିପିଲି ମେଡିକାଲରେ ଭର୍ତ୍ତିକରିଥିଲେ । ଅବସ୍ଥା ଗୁରୁତ୍ତର ହେବାରୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପାଣ୍ଡବଙ୍କ ମୃତ୍ୟୁ ଘଟିଛି। ତେବେ  ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ବିଜେପି ସମର୍ଥକ ଦେବୁ ଷଡ଼ଙ୍ଗୀ, ଅମି ଷଡ଼ଙ୍ଗୀ, ନାରାୟଣ ଷଡ଼ଙ୍ଗୀଙ୍କ ବିରୋଧରେ ହତ୍ୟା ମାମଲା କରିଛି ପୁଲିସ।

Leave A Reply

Your email address will not be published.