ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଗତସିଂହପୁର ନିର୍ବାଚନୀ ହିଂସା: ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ, ବନ୍ଦ ରହିଲା ମତଦାନ

ଜଗତସିଂହପୁର: ଜଗତସିଂହପୁର ପଟସରାରେ ନିର୍ବାଚନୀ ହିଂସା । ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲା ପଟସରା ପଞ୍ଚାୟତ ଢୋଲ ବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏହାସହ ୨ନମ୍ବର ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା କରିଛନ୍ତି କିଛି ବିଜେପି କର୍ମୀ । ୪୦ ରୁ ୫୦ ବିଜେପି କର୍ମୀ ବୁଥ ଭିତରେ ପଶି ଭୋଟ ବାକ୍ସ ସହ ସବୁ ନିର୍ବାଚନ ସାମଗ୍ରୀ ଭାଙ୍ଗି ମତଦାତାଙ୍କୁ ଠେଲି ବାହାରକୁ ବିଦା କରିଦେଇଥିବା ଦେଖିବାକୁ ମିଳିଛି । ପରାଜୟ ଭୟରେ ବୁଥରେ ପଶି ଭୋଟ ବାକ୍ସ ଭଙ୍ଗାରୁଜା କରୁଛି ବିଜେପି କର୍ମୀ ।

ଅନ୍ୟପଟେ ଜଗତସିଂହପୁର ସଦର ବ୍ଲକ ନାଥସାହିରେ ପୁଲିସ ଉପରକୁ ଆକ୍ରମଣ ହୋଇଛି। କିଛି ଯୁବକ ଭୋଜି କରୁଥିବା ବେଳେ ପୁଲିସ୍‌ ଅଟକାଇବାରୁ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ବଚସା ପରେ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା ହୋଇଛି। ଘଟଣାରେ ୨ ଜଣ ପୁଲିସ୍‌ଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ ବି ହୋଇଛନ୍ତି । ତେବେ ପୋଲିସ ଗାଡିକୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.