ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀର ବ୍ୟବହାର ଉପରେ ଲାଗିଲା ରୋକ୍‌, ଉଦ୍ଧବ ଓ ଏକନାଥ ଗୋଷ୍ଠୀଙ୍କୁ ମିଳିବ ଅଲଗା ଚିହ୍ନ

ନୂଆଦିଲ୍ଲୀ : ପ୍ରକୃତ ‘ଶିବସେନା’ କିଏ? କାହାକୁ ମିଳିବ ଦଳୀୟ ଚିହ୍ନ? ଏହି ବିବାଦ ଭିତରେ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଆଜି ନିର୍ବାଚନ କମିଶନ(ଇସି) ଶିବସେନାର ଦଳୀୟ ଚିହ୍ନର ବ୍ୟବହାର ଉପରେ ରୋକ ଲଗାଇ ଦେଇଛନ୍ତି। ଏହାର ଅର୍ଥ ଉଦ୍ଧବ କିମ୍ବା ସିନ୍ଦେ ଗୋଷ୍ଠୀ କେହି ବି ପରବର୍ତ୍ତୀ ନିଷ୍ପତ୍ତି ଯାଏ ଦଳୀୟ ଚିହ୍ନର ବ୍ୟବହାର କରିପାରିବେ ନାହିଁ। ନଭେମ୍ବର ୩ରେ ମହାରାଷ୍ଟ୍ରର କିଛି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଏହା ପୂର୍ବରୁ ଇସିଙ୍କ ଏପରି ପଦକ୍ଷେପ ଉଦ୍ଧବ ଗୋଷ୍ଠୀଙ୍କୁ ଶକ୍ତ ଝଟକା ସଦୃଶ ହୋଇଛି।

ଅନ୍ଧେରୀ (ପୂର୍ବ ) ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଉଭୟ ଗୋଷ୍ଠୀଙ୍କୁ ନୂଆ ଚିହ୍ନ ପ୍ରଦାନ କରାଯିବ । ଏଥିପାଇଁ ଆସନ୍ତା ୧୧ ତାରିଖ ସୁଦ୍ଧା ନିଜ ନିଜର ଦଳୀୟ ଚିହ୍ନ ସଂପର୍କରେ ପ୍ରସ୍ତାବ ରଖିବାକୁ ଉଭୟଙ୍କୁ କମିସନ କହିଛନ୍ତି । ମୁମ୍ବାଇର ଅନ୍ଧେରୀ (ପୂର୍ବ) ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କିଏ ପ୍ରକୃତ ଶିବସେନା ତାହାକୁ ନେଇ ଅକଳରେ ପଡ଼ିଯାଇଛନ୍ତି ନିର୍ବାଚନ କମିସନ । ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ନିଜକୁ ଅସଲି ଶିବସେନା ବୋଲି କହୁଛନ୍ତି । ଏଯାଏ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଶିବସେନାର ଦଳୀୟ ଚିହ୍ନ ବ୍ୟବହାର କରି ଆସୁଥିଲା। ଏକନାଥ ସିନ୍ଦେ ବିଜେପି ସହ ମିଶିବା ପରେ ଦଳୀୟ ଚିହ୍ନ ହାସଲ କରିବାକୁ ଇସିଙ୍କ ନିକଟରେ ଆବେଦନ କରିଥିଲେ। ଏହା ବିରୋଧରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଇସିଙ୍କୁ ନେବାକୁ କହିଥିଲେ। ଇସି ଏହି ବିବାଦର ବିଚାର କରୁଥିବା ବେଳେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀଙ୍କୁ ଜବାବ ଦାଖଲ କରିବାକୁ କହିଥିଲା। ଉଦ୍ଧବ ଠାକରେ ଜବାବ ଦେବା ପରେ ଆଜି ଇସି ଦଳୀୟ ଚିହ୍ନକୁ ଫ୍ରିଜ୍‌ ବା ଦଳୀୟ ଚିହ୍ନର ବ୍ୟବହାର ଉପରେ ରୋକ ଲାଗି ଦେଇଛନ୍ତି। ଏଥିସହ ଉଭୟ ପକ୍ଷଙ୍କୁ ଅକ୍ଟୋବର ୧୧ ତାରିଖ ଦିନ ୧ଟା ସୁଦ୍ଧା ଦଳୀୟ ଚିହ୍ନଙ୍କୁ ଇସିଙ୍କ ନିକଟରେ ଦାଖଲ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇଯାଇଥିଲେ । ଏହା ପରେ ନିଜ ସମର୍ଥନରେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରି ଦେଇଥିଲେ। ଏହିପରି ଭାବେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।ସରକାର ଗଠନ ପରେ ଏକନାଥ ସିନ୍ଦେ ଦାବି କରିଥିଲେ କି ସେ ହେଉଛନ୍ତି ଅସଲି ଶିବସେନା , ଦଳର ଚିହ୍ନ ଉପରେ କେବଳ ତାଙ୍କର ହକ୍ ରହିଛି । ଏନେଇ ସେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ନିଜକୁ ଅସଲି ଶିବସେନା ଓ ଦଳୀୟ ଚିହ୍ନର ହକଦାର ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହାସହ ସିନ୍ଦେ ଗ୍ରୁପ ନିର୍ବାଚନ ଆୟୋଗଙ୍କ ପାଖରେ କରିଥିବା ଆବେଦନକୁ ଖାରଜ କରିବାକୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଏହି ଆବେଦନକୁ ଗତ ସେପ୍ଟେମ୍ବର ୨୭ ତାରିଖରେ କୋର୍ଟ ଖାରଜ କରିବା ସହ କିଏ ଅସଲି ଶିବସେନା ଓ କାହା ପାଖରେ ଦଳୀୟ ଚିହ୍ନ ରହିବ ତାହା ନିର୍ବାଚନ ଆୟୋଗ ସ୍ଥିର କରିବେ ବୋଲି କହିଥିଲେ।

Leave A Reply

Your email address will not be published.