୧୫ ସମବାୟ ସମିତିରେ ବିଜେଡି ସମର୍ଥିତ ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ୧୫ ସମବାୟ ସମିତିରେ ବିଜେଡି ସମର୍ଥିତ ସଭାପତି ଭାବେ ମନୋନୀତି ହୋଇ ନିଯୁକ୍ତ ହୋଇଛନ୍ତି । OSCB ସଭାପତି ହୋଇଛନ୍ତି ଟି. ପ୍ରସାଦ ରାଓ ଦୋରା । OSCHC ସଭାପତି ଭାବେ ବିଶ୍ୱରଂଜନ ମହାନ୍ତି ମନୋନୀତ ହୋଇଛନ୍ତି । ସେହିପରି OCCF ସଭାପତି ହେଲେ ପ୍ରତାପ ଚନ୍ଦ୍ର ଧଳ । ବୟନିକା ସଭାପତି ଭାବେ ପ୍ରକାଶ ମେହେର, ସେରିଫେଡ ସଭାପତି ଭାବେ ଭାଗୀରଥି ନନ୍ଦ, ଉତ୍କଳିକା ସଭାପତି ଭାବେ ଦେବସ୍ମିତା ସାହୁ, ଫିସଫେଡ ସଭାପତି ଭାବେ ସସ୍ମିତା ରାଉତ, ଓପୋଲୋଫେଡ୍ ସଭାପତି ଭାବେ ଭୋଳେଶ୍ୱର ସ୍ୱାଇଁ, ଓମଫେଡ୍ ସଭାପତି ଭାବେ କିଶୋର ଚନ୍ଦ୍ର ପ୍ରଧାନୀ, TDCC ସଭାପତି ଭାବେ ଚମେଲି ଓରାମ ଏବଂ OMVSN ସଭାପତି ଭାବେ ସ୍ବାଧୀନବାଳା ଦାସ ମନୋନୀତ ହୋଇଛନ୍ତି।