ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶୀ ବନ୍ଧୁକରୁ ଗୁଳି ଫୁଟି ବୃଦ୍ଧାଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଦେଶୀ ବନ୍ଧୁକ ଫୁଟି ଏକ ୬୫ ବର୍ଷିଆ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଉକ୍ତ ବୃଦ୍ଧାଙ୍କ ନାଁ  ଜାନୀ ମଞ୍ଜୁଳା।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ଆଦିବାସୀଙ୍କ ଚଇତି ପର୍ବ ଉପଲକ୍ଷେ ଘରେ ରଖିଥିବା ସମସ୍ତ ଅସ୍ତ୍ର ଶସ୍ତ୍ର ପୁଜାକରିବା ବିଧି ରହିଛି। ଘରେଥିବା ଉକ୍ତ ଦେଶୀ ବନ୍ଧୁକକୁ ବାହାର କରିବା ସମୟରେ ବନ୍ଧୁକଟି ହାତରୁ ଖସି ଗୁଳିଟି ଫୁଟି ଜାନୀ ମଞ୍ଜୁଳାଙ୍କ ଦେହରେ ବାଜିଥିଲା । ବୃଦ୍ଧାଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଟ୍ଟାଙ୍ଗିକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ ଜାନୀ ମଞ୍ଜୁଳାର ପୁଅ ଜାନୀ ଲଇଛନ ପଟ୍ଟାଙ୍ଗି ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗ ପରେ ସୁନାବେଢା ଏସଡିପିଓ ମନୋଜ ବେହେରା, ପଟ୍ଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ୍ ପହଞ୍ଚି ମୃତ ଶରୀରଟିକୁ ଜବତ କରିବା ସହ ଏନେଇ କେଶ ରୁଜୁକରି ତଦନ୍ତ ଜାରି ରଖିଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.