ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିବସେନାର ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଖଣ୍ଡା-ଢାଲ ନିର୍ବାଚନୀ ଚିହ୍ନ

ମୁମ୍ବାଇ: ଆଗାମୀ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନାର ଦୁଇଟି ଦଳର ନାମ ଏବଂ ପ୍ରତୀକ ଉପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି।  ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଗତକାଲି ଅର୍ଥାତ ସୋମବାର ମଶାଲ ଚିହ୍ନ ମିଳିଥିବା ବେଳେ ଆଜି  ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ନିର୍ବାଚନୀ ଚିହ୍ନ ଜାରି କରି ଦେଇଛନ୍ତି । କମିଶନ ତାଙ୍କୁ ଦୁଇଟି ଖଣ୍ଡା ଏବଂ ଢାଲ ଥିବା ଚିହ୍ନ ଜାରି କରିଛନ୍ତି ।

ସେହିପରି ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଥିଲା । ଏହାପରେ ଆୟୋଗ ଏକନାଥ ସିନ୍ଦେଙ୍କୁ ନିର୍ବାଚନୀ ଚିହ୍ନ ପାଇଁ ତିନୋଟି ବିକଳ୍ପ ମାଗିଥିଲେ । ବିକଳ୍ପ ଆଧାରରେ ଶିନ୍ଦେ ଗୋଷ୍ଠୀକୁ ଏହି ଚିହ୍ନ ଜାରି କରାଯାଇଛି । ଏକନାଥ ଶିନ୍ଦେ ଗୋଷ୍ଠୀକୁ ସୋମବାର ବାଲାସାହେବଞ୍ଚି ଶିବସେନାର ଦଳ ନାଁ ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ଶିବସେନାକୁ ନେଇ ସିନ୍ଦେ ଓ ଉଦ୍ଧବଙ୍କ ଗୋଷ୍ଠୀ ଭିତରେ ବିବାଦ ଲାଗି ରହିଛି । ଉଭୟ ଶିବସେନାକୁ ନିଜର ଦଳ ବୋଲି ଦାବି କରୁଛନ୍ତି । ଏହି କାରଣରୁ ଗତ ଦିନରେ ନିର୍ବାଚନ କମିଶନର ଶିବସେନା ଓ ଏହାର ଚିହ୍ନ ଧନୁ ତୀରକୁ ଫ୍ରୀଜ କରି ଦେଇଥିଲେ । ଏହାପରେ ଅନ୍ୟ ଚିହ୍ନ ଏବଂ ଦଳ ବାଛିବାକୁ ଉଭୟ ପକ୍ଷକୁ କହିଥିଲେ । ଆଗକୁ ହେବାକୁ ଥିବା ନିର୍ବାଚନରେ ଉଦ୍ଧବଙ୍କ ମଶାଲ ବନାମ ସିନ୍ଦେଙ୍କ ଖଣ୍ଡା-ଢାଲ ଲଢ଼େଇ ହେବ ।

Leave A Reply

Your email address will not be published.