ରାସ୍ତାରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ଟ୍ରକ୍ ଚଢି ଯାଇ 18 ଜଣଙ୍କର ମୃତ୍ୟୁ

ଉତ୍ତରପ୍ରଦେଶର ବାରବାଙ୍କିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ଟ୍ରକ୍ ଚଢି ଯାଇ 18 ଜଣଙ୍କର ମୃତ୍ୟୁ ୧୯ ଜଣ ଆହତ ହୋଇଛନ୍ତି । ଏଠାରେ ଏକ ସଡ଼କ ଉପରେ ରାତିରେ କିଛି ଶ୍ରମିକ ଶୋଇଥିଲେ । ଏକ ଡବଲ ଡେକର ବସ୍ ସହ ଏକ ଟ୍ରକର ଧକ୍କା ହେବା ପରେ ସେମାନଙ୍କ ଉପରକୁ ଚଢିଯାଇଥିଲା । ଘଟଣାସ୍ଥଳରେ ୧୮ ଜଣଙ୍କ ପ୍ରାଣହାନୀ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଅପରପକ୍ଷରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘାେଷଣା କରିଛନ୍ତି ।
PM @narendramodi announced an ex-gratia of Rs. 2 lakh each from PMNRF for the next of kin of those who lost their lives in the tragic accident in Barabanki. The injured would be given Rs. 50,000 each.
— PMO India (@PMOIndia) July 28, 2021