ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ଧ ଶିକ୍ଷକ ମୋହନ ଦାଣ୍ଡିଆଙ୍କ ବଦାନ୍ୟତା: ଭୀମଭୋଇଙ୍କ ବାଣୀରୁ ପାଇଛନ୍ତି ପ୍ରେରଣା, ୮ଥର କଲେଣି ରକ୍ତଦାନ

ସୋନପୁର: ଜନ୍ମରୁ ଅନ୍ଧ ହୋଇ ମଧ୍ୟ ଶିକ୍ଷକ ମୋହନ ଦଣ୍ଡିଆ ଅନ୍ୟକୁ ପ୍ରଦାନ କରୁଛନ୍ତି ଜୀବନର ଆଲୋକ। ସୁବର୍ଣ୍ଣପୁର ଜିଲ୍ଲାର ଘୋଡ଼ାଧାରର ମୋହନ ଦଣ୍ଡିଆ ଜନ୍ମର କିଛି ବର୍ଷ ପରେ ଅନ୍ଧ ହୋଇଯାଇଥିଲେ। ତାଙ୍କର ଦୁଇ ଆଖିକୁ ଦେଖାଯାଏ ନାହିଁ । ସେ ଦିବ୍ୟାଙ୍ଗ, ମାତ୍ର ତାଙ୍କର ମହତ ପଣିଆ ତାଙ୍କୁ ଆଜି ବଡ଼ କରି ଦେଇଛି।  ଯେତେବେଳେ ବି ଖବର ପାଆନ୍ତି କାହାକୁ ରକ୍ତର ଆବଶ୍ୟକ । ସେ ନିଜେ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତି । ତାଙ୍କର ପେଶା ଶିକ୍ଷକତା ହୋଇଥିଲେ ମଧ୍ୟ ସେ ଜୀବନରେ ୮ ଥର ରକ୍ତ ଦାନ କରିସାରିଛନ୍ତି ।

ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଜଣେ ଗୁରୁତର ଥାଲେସେମିଆ ରୋଗୀ ରୋସନ୍ ତରିଆଙ୍କୁ ସେ ରକ୍ତ ଦାନ କରି ମହାନତାର ପରିଚୟ ଦେଇଛନ୍ତି । ୨୦୧୨ରୁ ମୋହନ ଏ ମହତ୍ କାର୍ଯ୍ଯ କରି ଆସୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଦାତା ସଙ୍ଘର ସଭାପତି ମନୋଜ ପଣ୍ଡା ତାଙ୍କୁ ପ୍ରମାଣ ପତ୍ର ସହିତ ରକ୍ତଦାତା ପରିଚୟ ପତ୍ର ଦେଇଛନ୍ତି । ଭୀମଭୋଇଙ୍କ ଜୀବନ ଦର୍ଶନରୁ ସେ ପ୍ରେରଣା ପାଇଛନ୍ତି ବୋଲି କୁହନ୍ତି । ଆଗାମୀ ଦିନରେ ଏ ମହତ୍ କାର୍ଯ୍ଯକୁ ଆଗେଇ ନେବେ ବୋଲି ମୋହନ କହିଛନ୍ତି ।

 

Leave A Reply

Your email address will not be published.