ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା ୪ ଟି ପରିବାରର ୮ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତର ସମିଆଁ ଗ୍ରାମ ଅନ୍ତର୍ଗତ ଖର୍ଦ୍ଧା ସାହିର ଉପେନ୍ଦ୍ର ବେହେରା, ସନାତନ ବେହେରା, ଅମୁଲ୍ୟ ବେହେରା ଓ ଅଭୟ ବେହେରା ଙ୍କର ୮ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଗତକାଲି ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସମସ୍ତେ ଶୋଇଥିବା ବେଳେ ହଠାତ ନିଆଁ ଲାଗିଥିଲା । ଘରର ସମସ୍ତ ସଦସ୍ୟ ଦୌଡ଼ି ପଳାଇ ଆସିଥିଲେ, ହେଲେ ଘରେ ଥିବା ଜିନିଷ କାଢି ପାରି ନ ଥିଲେ । ୪ ଟି ପରିବାରର ୮ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଭଦ୍ରକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

Leave a comment