ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡାଇବେଟିସ୍ ଏବଂ ହୃଦରୋଗ: ଜାଣନ୍ତୁ ଡାଇବେଟିସ୍ ହାର୍ଟ ଉପରେ କଣ ପ୍ରଭାବ ପକାଇଥାଏ ଓ କିପରି କରିବେ ନିରାକରଣ….

ଡାଇବେଟିସ୍ ଏବଂ ହୃଦରୋଗ ଉଭୟ ପରିପୂରକ । ଉଭୟ ରୋଗ ଆମ ସମାଜରେ ଅତି ସାଧାରଣ ଭାବରେ ଥିଲେ ମଧ୍ୟ ବହୁତ ଗମ୍ଭୀର ରୋଗ। ଆମେ ସମସ୍ତେ ଏହି ରୋଗର କାରଣ ଏବଂ ନିରାକରଣ ବିଷୟରେ ଜାଣିବା ଉଚିତ୍ ।

ଉଭୟ ଡାଇବେଟିସ୍ ଏବଂ ହୃଦ୍‌ରୋଗ ଏକ ଜୀବନଶୈଳୀ ସମ୍ବନ୍ଧିତ ରୋଗ। ତେଣୁ ଏହାକୁ ବହୁତ ସହଜ ଉପାୟରେ ଆମେ ପ୍ରତିରୋଧ କରିପାରିବା ।

ଡାଇବେଟିସ୍ ହାର୍ଟ ଉପରେ କଣ ପ୍ରଭାବ ପକାଇଥାଏ ?
ଡାଇବେଟିସ୍ ହାର୍ଟରେ ସାଧାରଣତଃ ତିନି ପ୍ରକାରର ରୋଗ କରିଥାଏ।

୧- ହାର୍ଟର ଧମନୀରେ Cholestrol ଜମାକରି Plaque ପ୍ରସ୍ତୁତ କରିଥାଏ ଏବଂ ଯେତେବେଳେ ଏହି Plaque ହାର୍ଟର Muscle କୁ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ ତାହା Heart Attackର କାରଣ ହୋଇଥାଏ ।

୨- ଡାଇବେଟିସ୍ ହାର୍ଟରେ Muscle କୁ ଦୁର୍ବଳ କରି Heart Felure କରିଥାଏ ।

ହାର୍ଟର Nerve (ସ୍ନାୟୁକୁ ଦୁର୍ବଳ କରି Sudden Cardiac Death ର କାରଣ ହୋଇଥାଏ ।)

ଡାଇବେଟିସ୍ ବ୍ୟତିତ ଅନ୍ୟ କେଉଁ କାରଣ ହୃଦ୍‌ରୋଗର ବିପଦକୁ ବଢେଇଥାଏ ?

ଡାଇବେଟିସ୍ ବ୍ୟତୀତ ହୃଦ୍‌ରୋଗର ବିପଦକୁ ଅଧିକ କରୁଥିବା କାରଣ ଗୁଡିକ ହେଲା ଧୂମପାନ, ମେଦବହୁଳତା, ପର୍ଯ୍ୟାପ୍ତ ଶାରୀରିକ ବ୍ୟାୟାମ ନ କରିବା, ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇବା ଏବଂ ଅତ୍ୟଧିକ ମଦ୍ୟପାନ କରିବା ।

ହୃଦ୍‌ରୋଗକୁ କିପରି ନିୟନ୍ତ୍ରଣ କରିହେବ ?

ବିଭିନ୍ନ ପ୍ରକାର ଜୀବନଶୈଳୀରେ ପରିବର୍ତ୍ତନ ହୃଦ୍‌ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

(୧) ସୁଷମ ଖାଦ୍ୟ-ଅଧିକ ସତେଜ ଫଳ, ପନିପରିବା, ଉଭିଦ ଜାତୀୟ ପ୍ରୋଟିନ୍ ଏବଂ ଶସ୍ୟ ଜାତୀୟଖାଦ୍ୟ ଖାଇବା ଉଚିତ୍ ।
Processed food ଯେପରି ଟିସ୍, ମିଠା ଏବଂ fast food ଠାରୁ ଦୂରେଇ ରୁହନ୍ତୁ । ଅଧିକ ପାଣି ପିଅନ୍ତୁ ଏବଂ କମ୍ ମଦ୍ୟପାନ କରନ୍ତୁ।

(୨) ଶାରୀରିକ ସକ୍ରିୟତା ଶାରୀରିକ ସକ୍ରିଯତା ଇନ୍ ସୁଲିନ୍
ର କାର୍ଯ୍ୟକାରିତା ବଢ଼ାଇଥାଏ, ଭଲ cholesterol (HDL) ବଢ଼ାଇଥାଏ ଏବଂ ଖରାପ Cholesterol (LDL) ଓ Triglyside କମାଇବାରେ ସାହାଯ୍ୟ କରେ । ସପ୍ତାହକୁ ଅତି କମ୍‌ରେ ୧୫୦ ମିନିଟ୍ ଶାରୀରିକ ପରିଶ୍ରମ କରିବା ଉଚିତ୍ ।

୩) ଉଚିତ୍‌ ଓଜନ- ୫% ରୁ ୭% ଓଜନ କମିବା ଦ୍ବାରା ମଧ୍ୟ ଶରୀରର Triglyceride ଏବଂ LDL ସ୍ତରରେ ହ୍ରାସ ହୋଇଥାଏ ।

୪) ABCs କୁ ନିୟନ୍ତ୍ରଣ କରନ୍ତୁ

i- ନିୟମିତ HbA1c ପରୀକ୍ଷା କରନ୍ତୁ ଯାହାକି ଆପଣଙ୍କ ୨-୩ ମାସର ନିୟନ୍ତ୍ରଣ ଉପରେ ଧାରଣା ଯୋଗାଏ ।

ii- Blood Pressure ବା ରକ୍ତଚାପକୁ ସାଧାରଣତଃ ୧୪୦/୯୦ m ତଳକୁ ରଖନ୍ତୁ ।

iii- Cholestrol Levelକୁ ନିୟନ୍ତ୍ରଣ କରନ୍ତୁ।

iv- (Smoking) ଧୂମପାନ ବର୍ଜନ କରନ୍ତୁ ।

୫) ମାନସିକ ଏବଂ ଶାରୀରିକ Stress ଦୂର କରିବାକୁ ଚେଷ୍ଟା କରନ୍ତୁ। ଡାକ୍ତରଙ୍କ ପରାମର୍ଶ, ଯୋଗ ଏବଂ ଶାରୀରିକ ସକ୍ରିୟତା ଦ୍ବାରା ଏହା କରିହେବ ।

ନିୟମିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ହୃଦ୍‌ଘାତଏବଂ ମଧୁମେହ ଭଳି ଗମ୍ଭୀର ପରିସ୍ଥିତିକୁ ଏଡାଇବା ପାଇଁ ନିୟମିତ ଡାକ୍ତରଙ୍କ ସମ୍ପର୍କରେ ରୁହନ୍ତୁ । Digital Media ରେ ଉପଲବ୍ଧ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତାର ଉପଯୋଗ କରନ୍ତୁ। ଶୃଙ୍ଖଳିତ ଜୀବନ ଚର୍ଯ୍ୟା, ଏବଂ ଡାକ୍ତରଙ୍କ ସହାୟତାରେ ମଧୁମେହ ଏବଂ ହୃଦ୍‌ରୋଗକୁ ନିୟନ୍ତ୍ରିତ କରି ପାରିବେ ।

Leave A Reply

Your email address will not be published.