ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅସୁସ୍ଥତା ଯୋଗୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ, ଅନିଶ୍ଚିତତାରେ ସିବିଏସ୍‌ଇ ପରୀକ୍ଷା ନେଇ ଘୋଷଣା

ନୂଆଦିଲ୍ଲୀ: ଅସୁସ୍ଥତା ଯୋଗୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ। କରୋନା ପରବର୍ତ୍ତୀ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଗତ ଏପ୍ରିଲ ମାସରେ ସେ କରୋନା ସଂକ୍ରମିତ ହୋଇଥିଲେ। ସେତେବେଳେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ ରମେଶ ପୋଖରିୟାଲ୍ । ପରେ ସୁସ୍ଥ ହୋଇଥିଲେ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କେମିତି ରହିଛି ଓ କଣ ସମସ୍ୟା ରହିଛି ସେନେଇ ଏମ୍ସ କର୍ତ୍ତୃପକ୍ଷ ଅଧିକ ସୂଚନା ଦେଇ ନାହାନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିବା ସୂଚନା ମିଳିଛି ।

ଏଣୁ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଥିବା ଘୋଷଣାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ସୂଚନା ଯୋଗ୍ୟ, ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଳା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । କେନ୍ଦ୍ର ସରକାର ଏ ସମ୍ପର୍କିତ ଘୋଷଣା ନେଇ ଦୁଇଦିନ ସମୟ ନେଇଛନ୍ତି । ଆସନ୍ତା ୩ ତାରିଖ ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ଯ ହୋଇଛି । ତେବେ ଏହା ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଏ ସମ୍ପର୍କିତ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ପୂର୍ବରୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପକ୍ଷରୁ ଦଶମ ବୋର୍ଡ ବାତିଲ କରାଯିବା ସହ ଦ୍ବାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି । ହେଲେ ଗତବର୍ଷ ନୀତି ଆଧାରରେ ଚଳିତବର୍ଷ ମଧ୍ୟ ପିଲାଙ୍କ ରେଜଲ୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟରେ ଦାଖଲ ପିଆଇଏଲ୍‌ରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.