ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସମୀକ୍ଷା ଓ ସଂପାଦକୀୟ

ଏ ବର୍ଷ ମୌସୁମି ଊଣାଅଧିକେ ସ୍ୱାଭାବିକ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌‌ଡି)ର ଚଳିତବର୍ଷର ମୌସୁମି ପ୍ରବାହ ସଂକ୍ରାନ୍ତ ପ୍ରଥମ ଆକଳନ ଏହି ମାସ ଶେଷ ସପ୍ତାହ ବେଳକୁ ଆସିଯିବ ବୋଲି ଆଶା କରାଯାଉଛି। ଏହା ସରକାରୀ ଆକଳନ ଏବଂ ଭାରତ ସରକାର ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁପ୍ରବାହର ଗତିବିଧିକୁ ନେଇ ଆଇଏମ୍‌‌ଡି ରିପୋର୍ଟ ଉପରେ ମୁଖ୍ୟତଃ…

ମହିଳା ଆର୍ଥିକ ସଶକ୍ତୀକରଣ

ଆଜି ବିଶ୍ୱରେ ଅଛନ୍ତି ଅଗଣିତ, ବୁବୁକ୍ଷୁ, ବିଧବା, ଅସହାୟା ନାରୀ, ନିର୍ଯ୍ୟାତିତା ଦୁଃଖିନୀ। ସେମାନେ କର୍ମଠ। କର୍ମ କରି ସେଥିରୁ ଯାହା ରୋଜଗାର ହେବ ସେଥିରେ କିଛି ଖାଇ ବଞ୍ଚିବେ। ତାଙ୍କୁ ଦେଖିବାକୁ କେହି ନାହିଁ। ସେମାନଙ୍କର ଆର୍ତ୍ତଚିତ୍କାର, ଗୁହାରି କାହାକୁ ଶୁଭୁନାହିଁ। ସମସ୍ତେ ନିଜ ନିଜ ବାଟରେ…

ସ୍ମାର୍ଟଫୋନ ମାୟାଜାଲରେ ଉପଭୋକ୍ତା

ସ୍ମାର୍ଟଫୋନ ବିଶ୍ୱବ୍ୟାପୀ ଇଣ୍ଟରନେଟ ଆହରଣର ପ୍ରମୁଖ ସାଧନ ପାଲଟିବା ପରେ ଏବେ ତାହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି କୋଭିଡ-୧୯ ମହାମାରୀ ପରବର୍ତ୍ତୀ ସମୟରେ ସଂଖ୍ୟାଧିକ ଉପଭୋକ୍ତାଙ୍କ ସ୍ମାର୍ଟଫୋନ ବ୍ୟବହାର ଅଭ୍ୟାସ ବଢ଼଼ିଯାଇଛି। ସେମାନେ ମଧ୍ୟ ହୃଦୟଙ୍ଗମ କରୁଛନ୍ତି ଯେ ଦୈନନ୍ଦିନ…

‘ଟାଟୁ’ଚିତ୍ର ମୁକ୍ତ ପୁଲିସ୍‌‌ ବାହିନୀ

ଶରୀରରେ ଚିତା କୁଟାଇବା ଏକ ଫେସନ। ଏଥିରେ କଳାତ୍ମକତା ଅଛି ଓ ଅନେକଙ୍କ ପାଇଁ ଏହା ଏକ ବିଳାସ। ଏହା ପଛରେ ପରମ୍ପରା ଓ ଏକ ସାଂସ୍କୃତିକ ଛାପ ଥିଲେ ମଧ୍ୟ ଏକଦା ଓଡ଼ିଶାରେ ରାଜାରାଜୁଡ଼ା ଶାସନରେ ଅତ୍ୟାଚାରୀ ନରପତିଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ବଞ୍ଚାଇବା ପାଇଁ ସୁନ୍ଦରୀ ଲଳନାମାନେ ଦେହରେ ଚିତା କୁଟାଇ…

ରାଷ୍ଟ୍ର ଗଠନରେ ଯୁବପିଢ଼ି

ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଓ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ମୋଟ ଜନସଂଖ୍ୟାର ୨୮ ପ୍ରତିଶତ କେବଳ ଯୁବ ପିଢ଼ି। କିନ୍ତୁ ପ୍ରଶ୍ନ ଉଠେ କ’ଣ ଆମ ସମାଜ କିମ୍ୱା ରାଷ୍ଟ୍ର କିମ୍ୱା ଆମ ଯୁବ ପିଢ଼ି ଏଥିପ୍ରତି ଯତ୍ନଶୀଳ ଅଛନ୍ତି? “ଭାରତ ଏବେ ମଧ୍ୟ ଅର୍ଥନୈତିକ ସଫଳତା ହାସଲ କରିବାରେ ସେତିକି…

ଅଲିଭା ସ୍ମୃତିରେ ଶାନ୍ତିଲତା

ତେରବର୍ଷ ତଳର କଥା। ଫୋନ୍‌‌ ଆସିଲା - ‘ମୋର ଦେହ ଖରାପ ଅଛି।’ ମୁଁ ପଚାରିଲି - ‘କ’ଣ ହେଲା?’ ଉତ୍ତର ଆସିଲା - ‘ମୋତେ କ୍ୟାନସର ହୋଇଛି।’ କହିଲି - ‘ଠିକ୍‌‌ ଅଛି, ବଡ଼ ବଡ଼ ଲୋକଙ୍କୁ ଆଉ କ’ଣ ଛୋଟ ବେମାର ହୁଅନ୍ତା’। ଫୋନ୍‌‌ କାଟିଦେଲେ। ଦି’ ଦିନ ପରେ ତାଙ୍କ ଘରକୁ ପହଞ୍ଚିବା ବେଳକୁ ସେ ଚିକିତ୍ସା ପାଇଁ…

ଅନିୟନ୍ତ୍ରିତ ଖାଉଟି ବଜାର

ଭାରତୀୟ ଅର୍ଥବ୍ୟବସ୍ଥାରେ କ୍ରମାଗତ ମୁଦ୍ରାସ୍ଫୀତି ଚାପ ଯୋଗୁଁ ଖାଉଟି ବଜାର ପ୍ରଭାବିତ ହୋଇଛି। ଖାଉଟି ମୁଦ୍ରାସ୍ଫୀତି ଓ ଖାଦ୍ୟ ଦର ମୁଦ୍ରାସ୍ପୀତି ଉପର ମୁହାଁ ହେଉଥିବାରୁ ଖାଉଟି ବଜାର ମହଙ୍ଗା ହୋଇଛି। ଭାରତର ଖାଉଟି ମୁଦ୍ରାସ୍ଫୀତି ବା ଉପଭୋକ୍ତା ମୂଲ୍ୟସୂଚୀ ୨୦୨୪ ମସିହା ଫେବୃଆରୀ ମାସରେ ସାମାନ୍ୟ…

ଭୋଟରଙ୍କ ସୂଚନା ଅଧିକାର ବନାମ…

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ନିଜର ସମ୍ପତ୍ତି ତାଲିକା ପ୍ରଦାନର ଯେଉଁ ବ୍ୟବସ୍ଥା ରହିଛି, ତାହା ଭାରତୀୟ ଲୋକପ୍ରତିନିଧି ଆଇନର ଅଂଶବିଶେଷ। ଏହାର ପ୍ରମୁଖ ଲକ୍ଷ୍ୟ ହେଲା ୧୯୫୧ର ଦୁର୍ନୀତି ନିରୋଧୀ ଆଇନର ଧାରା ୧୨୩(୨) ଅନୁସାରେ ନିର୍ବାଚନକୁ ଧନବଳରୁ ମୁକ୍ତ ରଖିବା ଏବଂ…

ବ୍ୟକ୍ତିତ୍ୱର ଭୂଷଣ ନମ୍ରତା

ବ୍ୟକ୍ତିଗତ ଓ ସାମାଜିକ ଆଚରଣ ଓ ବ୍ୟବହାରରେ ଭଦ୍ରତା, ରୁଚିସମ୍ପନ୍ନତା, ପରିମାର୍ଜନ ଓ କମନୀୟତାକୁ ଆମେ ସୌଜନ୍ୟ କହୁ। ଏହା ସମ୍ମାନଜନକ, ଭଦ୍ର ଏବଂ ଶିଷ୍ଟ ବ୍ୟବହାର। ନମ୍ରତା, ଶିଷ୍ଟତା ଓ ଦୟାଶୀଳତା ସଙ୍ଗେ ସୌଜନ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ଦୟାଶୀଳତା, କ୍ଷମାଶୀଳତା ଓ ଦାନଶୀଳତା। କିନ୍ତୁ ଏଥିରେ…

ଲୋକପ୍ରିୟ ଗଣଉତ୍ସବ: ଦଣ୍ଡ ନାଟ

ଦଣ୍ଡ ନାଟ ଏକ ପ୍ରାଚୀନ ତଥା ବହୁଳ ପ୍ରସାରିତ ଲୋକନାଟ୍ୟ। ଚୈତ୍ର ମାସରେ ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥାଏ। ଦଣ୍ଡ ନାଟକୁ ଆଦିବାସୀ ଓ ଅଣ-ଆଦିବାସୀ ସଂସ୍କୃତିର ମିଳନ ସେତୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ନାଟରେ ଉଭୟ ଆଦିବାସୀ ଓ ଅଣ-ଆଦିବାସୀମାନେ ଭାଗ ନେଇଥା’ନ୍ତି। ଏହାର…