ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡି ଚଢ଼ାଉ

ମୁମ୍ବାଇ : ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) । ରବିବାର ସକାଳୁ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ପାତ୍ର ଚାୱଲା ଜମି ଦୁର୍ନିତି ମାମଲାରେ ଏହି ଚଢାଉ କରାଯାଉଛି । ଏହାରି ଭିତରେ ସଞ୍ଜୟ ରାଉତ କିଛି ଟୁଇଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ମୋ ବିରୋଧରେ ମିଛ ପ୍ରମାଣ ଏକାଠି କରି ଭୁଲ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ସେ ଟୁଇଟରେ ଲେଖିଛନ୍ତି, ଭୁଲ କାର୍ଯ୍ୟାନୁଷ୍ଠାନ, ମିଛ ପ୍ରମାଣ, ମୁଁ ଶିବସେନା ଛାଡିବି ନାହିଁ । ମୁଁ ମରିଗଲେ ବି ସମର୍ପଣ କରିବି ନାହିଁ । ଜୟ ମହାରାଷ୍ଟ୍ର.. ମହାରାଷ୍ଟ୍ର ଓ ଶିବସେନାର ଲଢେଇ ଜାରି ରହିବ । କେବଳ ଏତିକି ନୁହେଁ ଶିବସେନା ନେତାଙ୍କ ପକ୍ଷରୁ ଦଳୀୟ ଚିହ୍ନକୁ ଟୁଇଟ କରାଯାଇ ଲେଖାଯାଇଛି, ଶିବସେନା କେବେ ଛାଡିବି ନାହିଁ ।

Leave A Reply

Your email address will not be published.