ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍, ଟେଣ୍ଡର ପ୍ରକ୍ରିୟା ସାରିଛନ୍ତି ରାଜ୍ୟ ସରକାର

କରୋନାରେ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଭାରତରେ ECMO ଉତ୍ପାଦନ ହେଉନାହିଁ । ଏହି ମେସନିକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଭଳି ସାମୟିକ ଭାବେ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ଆଗରୁ ଫୁସଫୁସ୍ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଅତି ଗୁରୁତର ନିମୋନିଆ ହେଲେ ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ECMOର ଆବଶ୍ୟକତା ପଡୁଛି । ଏବେ ଏହାର ଆବଶ୍ୟକତା ରହୁଛି । ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ECMO ଲଗେଇ ଦେଲେ ରୋଗୀ ବଞ୍ଚିଯିବ ବୋଲି । ସାମୟିକ ଭାବେ ଏହି ମେସିନ୍ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଲାଇଭ ସେଭିଂ ଯନ୍ତ୍ର । ଏଥିପାଇଁ ମାନବ ସମ୍ବଳ ବରିବା ବହୁତ କଷ୍ଟ ବୋଲି ଡିଏମଇଟି କହିଛନ୍ତି ।

Leave A Reply

Your email address will not be published.