‘ଇକୋଜ୍’ କାଫେ: ଯେଉଁଠି ଦିବ୍ୟାଙ୍ଗମାନେ ହୋଇପାରିଛନ୍ତି ରୋଜଗାରକ୍ଷମ

ଦିବ୍ୟାଙ୍ଗଙ୍କୁ ରୋଜଗାରକ୍ଷମ କରିବାରେ ସାହାଯ୍ୟ କରୁଛି ‘ଇକୋଜ୍’ କାଫେ। ଏହା ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନରେ ଅବସ୍ତିତ । କାଫେଟି ସମ୍ପୂର୍ଣ୍ଣ ଭାବେ ବାକ୍ ଓ ଶ୍ରବଣ ବାଧିତ କର୍ମଚାରୀଙ୍କ ଦ୍ବାରା ପରିଚାଳିତ। ଗ୍ରାହକଙ୍କ ସହ ସେମାନେ ସାଙ୍କେତିକ ଭାଷାରେ ହିଁ ଭାବ ବିନିମୟ କରିଥାନ୍ତି। ଖାଦ୍ୟ ଅର୍ଡର ଲାଗି ପ୍ରତି ଖାଦ୍ୟ ତଥା ମେନୁରେ ସ୍ବତନ୍ତ୍ର କୋର୍ଡ ନିର୍ଦ୍ଧାରିତ କରାଯାଇଛି। ସେହିପରି କୋର୍ଡ ଲେଖି ଖାଦ୍ୟ ଅର୍ଡର ଦେବା ପାଇଁ ଗ୍ରାହକଙ୍କୁ ନୋଟ୍ପ୍ୟାଡ୍ ମଧ୍ୟ ପ୍ରଦାନ କରାଯାଏ। ଅନ୍ୟପଟେ ଟେବୁଲ ଉପରେ ଗ୍ରାହକଙ୍କ ଲାଗି ‘ୱାଟର ପ୍ଲିଜ୍’, ‘ବିଲ୍’, ‘ଥ୍ୟାଙ୍କ୍ ୟୁ’ ଆଦି ଲେଖା ଥିବା ପ୍ଲାକାର୍ଡ ମଧ୍ୟ ରଖାଯାଇଛି। ଚାରିବର୍ଷ ତଳେ କେତେକ ସାଙ୍ଗ ଏହାକୁ ମିଶି ଆରମ୍ଭ କରିଥିଲେ। ଉକ୍ତ କାଫେରେ ଏବେ ୪୦ ଜଣ ଦିବ୍ୟାଙ୍ଗ କାମ କରୁଛନ୍ତି। ଲୋକମାନେ ଏଭଳି ଏକ କାଫେର ପରିକଳ୍ପନାକୁ ପସନ୍ଦ ଓ ପ୍ରଶଂସା କରୁଥିବା ବେଳେ ଏହାର ଏକ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ ହେବା ପରେ ତାହା ସଭିଁଙ୍କ ଦୃଷ୍ଟିଆକର୍ଷଣ କରୁଛି।