ଅବସାଦରୁ ମୁକ୍ତି ପାଇଁ ଆପଣାନ୍ତୁ ସହଜ ଓ ସରଳ ଉପାୟ….
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ମାନସିକ ଅବସାଦ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଲୋକ ଏହାକୁ ଅଣଦେଖା କରିଦେଉଛନ୍ତି। ଏହା ସମୟକ୍ରମେ ଅନ୍ୟାନ୍ୟ ଜଟିଳ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ କେତେକ ସହଜ ଓ ସରଳ ଉପାୟ ରହିଛି। ଆସନ୍ତୁ ସେଗୁଡ଼ିକ ସମ୍ପର୍କରେ ଜାଣିବା…
-ଅବସାଦ ଦୂର କରିବା କ୍ଷେତ୍ରରେ ପ୍ରଥମ ପଦକ୍ଷେପ ହେଉଛି ସୁନିଦ୍ରା। ସୁନିଦ୍ରା ଯୋଗୁଁ ହରମୋନ୍ର ସ୍ତର ନିୟନ୍ତ୍ରଣରେ ରହିବା ସହିତ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଦିନକୁ ୭ରୁ ୮ ଘଣ୍ଟା ଶୋଇବା ଦରକାର।
-ନିଜ ଜୀବନଚର୍ଯ୍ୟାର ପ୍ଲାନିଙ୍ଗ୍ କରନ୍ତୁ। ନିଜେ ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ରଖନ୍ତୁ। ଏହାଦ୍ବାରା ଦ୍ବନ୍ଦ୍ବ ଓ ଚାପଗ୍ରସ୍ତ ସ୍ଥିତି ଉପୁଜିବ ନାହିଁ।
-ଯୋଗ, ଧ୍ୟାନ ଓ ପ୍ରାଣାୟାମ କରନ୍ତୁ। ନିଜ ନିଃଶ୍ବାସ ପ୍ରଶ୍ବାସ ଉପରେ ଧ୍ୟାନ ଦିଅନ୍ତୁ।
-ଭୁଲ୍ ଖାଦ୍ୟ ଅବସାଦର ସ୍ତରକୁ ପ୍ରଭାବିତ କରିଥାଏ। ତେଣୁ ଅବସାଦରୁ ଦୂର ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଦୂଷିତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
-ନିଜକୁ ପସନ୍ଦ ହେଉଥିବା କାମ ପାଇଁ ସମୟ ବାହାର କରନ୍ତୁ। ଏହାଦ୍ବାରା ମନ ଖୁସି ରହିଥାଏ, ଯାହାଦ୍ବାରା ମସ୍ତିଷ୍କ ଆପେ ଆପେ ଅବସାଦମୁକ୍ତ ରହିଥାଏ।
-ନିୟମିତ ବ୍ୟାୟାମ କରିବା ଦ୍ବାରା ମାନସିକ ଓ ଶାରୀରିକ ସୁସ୍ଥତା ଆସିଥାଏ। ପ୍ରତିଦିନ ବ୍ୟାୟାମ କରିବା ଦ୍ବାରା ଷ୍ଟ୍ରେସ୍ ହରମୋନ୍ର ସ୍ତର କମ୍ ହୋଇଥାଏ।
-ଅବସାଦ ସମୟରେ ନିଜର ଭାବନାକୁ ସାଙ୍ଗସାଥୀ କିମ୍ବା ପରିବାରର ସଦସ୍ୟଙ୍କ ସହିତ ସେୟାର୍ କରନ୍ତୁ। ଅବସାଦ ଦୂର କରିବା ପାଇଁ ଏହା ଏକ ଭଲ ବିକଳ୍ପ।