ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୫.୯

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ କରାଯାଇଛି। ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଭୂମିକମ୍ପ ପ୍ରଭାବରେ ଥରିଛି। ଲୋକମାନେ ଝଟକା ଅନୁଭୂତ ହେବା କ୍ଷଣି ଘରୁ ବାହାରକୁ ଚାଲି ଯାଇଥିଲେ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୯ ଥିବା ଜଣାଯାଇଛି। ଏହାର କେନ୍ଦ୍ରସ୍ଥଳୀ ଆଫଗାନୀସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଥିଲା । ଏପର୍ଯ୍ଯନ୍ତ ସୁଦ୍ଧା ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ନାହିଁ।

ହେଲେ ଲୋକମାନଙ୍କ ଭିତରେ ଭୟର ବାତାବରଣ ଦେଖା ଦେଇଛି। ନୂଆ ବର୍ଷରେ ଦ୍ୱିତୀୟଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଯାଇଛି। ଏହା ପୂର୍ବରୁ ଦିଲ୍ଲୀ-ଏନସିଆରର ଲୋକଙ୍କ ପାଇଁ ନୂଆ ବର୍ଷର ଆରମ୍ଭ ଭୂମିକମ୍ପର ଝଟକା ସହ ହୋଇଥିଲା। ନୂଆ ବର୍ଷର ମଧ୍ୟ ରାତ୍ରୀରେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ର ହରିୟାଣାର ଝାଝାର ଜିଲ୍ଲାରେ ରହିଥିଲା।

Leave A Reply

Your email address will not be published.