ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା, ୫.୧ ତୀବ୍ରତା ରେକର୍ଡ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା । ସମୁୂଦ୍ର ଭିତରେ ଅନୁଭୂତ ହୋଇଛି ଏହି ଭୂକମ୍ପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି । ସମୁଦ୍ର ଭିତରେ ହୋଇଥିବା ଏହି ଭୂକମ୍ପ ଝଟ୍‌କା ନେଇ ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲଜି (NCS)। ଆଜି ସକାଳ ୮ଟା ୩୨ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଢାକାରେ ମଧ୍ୟ୍ ଅନୁଭୂତ ହୋଇଛି । ଢାକାରେ ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଢାକାର ଦକ୍ଷିଣପଶ୍ଚିମଠାରୁ ୫୩୯ କିମି ଦୂରରେ ରହିଛି । ଏହା କୋକ୍ସ ବଜାରର ଦକ୍ଷିଣ ପୂର୍ବକୁ ୩୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲଜି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.