ତୁର୍କୀରେ ପୁୁଣିଥରେ ବଡ଼ଧରଣର ଭୂ-କମ୍ପ ଝଟକା, ମୃତକଙ୍କ ସଂଖ୍ୟା ୧୪୦୦ ପାର୍

ଇସ୍ତାନବୁଲ: ଭୂ-କମ୍ପରେ ଅସ୍ତବ୍ୟସ୍ତ ଜନଜୀବନ । ସୋମବାର ଭରରୁ ହୋଇଥିବା ଭୂମିକମ୍ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ପୁଣି ଆଜି ଆଉ ଏକ ବଡ଼ ଭୂମିକମ୍ପ ହୋଇଛି। ପ୍ରଥମ ଭୂମିକମ୍ପରେ ବିଧ୍ୱଂସ ହୋଇଥିବା ବିଲ୍ଡିଂର ଭଗ୍ନାଂଶ ତଳେ ଏବେ ବି ଲୋକ ଫସିରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ଯ ଜାରି ରହିଥିବା ବେଳ ପୁଣିଥରେ ତୁର୍କୀରେ ଭୂମିକମ୍ପ ଆସିଥିବା ସୂଚନା ମିଳିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ବୋଲି ଜଣାପଡ଼ିଛି । ଅପରାହ୍ଣ ସାଢେ ଗୋଟାଏରେ ଏହି ଭୂମିକମ୍ପ ଦକ୍ଷିଣ ତୁର୍କୀର ଆଲବିଷ୍ଟାନ ଜିଲ୍ଲାରେ ଆସିଥିଲା । ଏହି ଭୂମିକମ୍ପ ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏହା ସହିତ ଉଦ୍ଧାରକାର୍ଯ୍ଯ ବି ପ୍ରଭାବିତ ହୋଇଛି।

ପୁଣି ଆଉଥର ଲୋକମାନେ ଭୟଭୀତ ହୋଇଯାଇଛନ୍ତି  ସୁରକ୍ଷିତ ସ୍ଥାନ ଖୋଜାରେ ଲାଗିଛିଛନ୍ତି । ଏହି ଭୂମିକମ୍ପ ତୁର୍କୀର ଦକ୍ଷିଣ ପୂର୍ବ ଅଞ୍ଚଳରେ ଅଧିକ ଅନୁଭୂତ କରାଯାଇଛି ଏବଂ ସେଠାରେ ଏହାର କେନ୍ଦ୍ରସ୍ଥଳୀ ଥିବା କୁହାଯାଉଛି ।ତେବେ ଏଥିରେ କେତେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ନାହିଁ ।

ସୂଚନାଥାଉକି ଏହା ପୂର୍ବରୁ ଭୋର ପ୍ରାୟ ୪ଟା ବେଳେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ତୁର୍କୀ ଏବଂ ସିରିଆରେ ଏହି ଭୂମିକମ୍ପ ବିଧ୍ୱଂସ ରଚିଥିଲା । ଶକ୍ତିଶାଳୀ ଭୂକମ୍ପ ଝଟକାରେ ବିରାଟ ବିରାଟ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ଏବେ ବି ଇଟା ଖଣ୍ଡ ତଳେ ଫସି ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଛି।

ସିରିଆର ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟରର ମୁଖ୍ୟ ରୟାଦ ଅହମ୍ମଦ ସରକାର ସମର୍ଥକ ରେଡିଓକୁ କହିଛନ୍ତି ଯେ ଏହା ଦେଶର ଇତିହାସରେ ସବୁଠାରୁ ବଡ ଭୂମିକମ୍ପ । ତୁର୍କୀ ଓ ସିରିଆରେ ପ୍ରବଳ ଥଣ୍ଡା ଓ ବରଫ ଝଡ଼ ଯୋଗୁଁ ବି ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ତୁର୍କୀରେ ଉଦ୍ଧାର କାମ ପାଇଁ ଭାରତ ସହାୟତା ପଠାଇବାକୁ ଘୋଷଣା କରିଛି ।

Leave a comment