ଇ. ବିବେକ୍ ରେଡ୍ଡୀ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ଇ. ବିବେକ୍ ରେଡ୍ଡୀ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ୩୪ ଖଣ୍ଡ ଭୋଟ ପାଇ ଇ. ବିବେକ୍ ରେଡ୍ଡୀ ଡେପୁଟ ମେୟର ହୋଇଛନ୍ତି । ସେ ବ୍ରହ୍ମପୁରର ୪୨ ନମ୍ବର ୱାର୍ଡର କର୍ପୋରେଟର ।
ଅନ୍ଯପକ୍ଷରେ, ବ୍ରହ୍ମପୁର ମହାନଗର ନିଗମର ମେୟର ଭାବେ ସଂଘମିତ୍ର ଦଳେଇ ଶପଥ ନେଇଛନ୍ତି । ସଂଘମିତ୍ରାଙ୍କ ସହ ବ୍ରହ୍ମପୁର ମହାନଗରର ନିର୍ବାଚିତ ସମସ୍ତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ବ୍ରହ୍ମପୁର ମହାନଗର ନିର୍ବାଚନରେ ସଂଘମିତ୍ରା ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ୨୦ହଜାରରୁ ଅଧିକ ମତଦାନରେ ହରାଇଥିଲେ । ସଂଘମିତ୍ରା ୬୬ହଜାର ୬୮ ମତଦାନ ପାଇଥିବା ବେଳେ ସବିତା ୪୫ହଜାର ୭୮୨ ଖଣ୍ଡ ଭୋଟ୍ ପାଇଥିଲେ ।
ଅନ୍ଯପକ୍ଷରେ, ଆସନ୍ତାକାଲି ଭୁବନେଶ୍ୱର ମହାନଗର ପାଇଁ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ ।